ରାୟଗଡା: ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ଶିଶୁ ସୁରକ୍ଷା ଟିମ୍

24

କନକ ବ୍ୟୁରୋ: ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ଶିଶୁ ସୁରକ୍ଷା ଟିମ୍ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସଦର ପଂଚାୟତର ପୁଇଗୁଡା ଗ୍ରାମର ଜଣେ ନାବାଳିକାର ବାଲ୍ୟବିବାହ ଅନୁଷ୍ଠିତ ହେବାକୁ ଯାଉଥିବା ସମୟରେ ଏହାକୁ ବନ୍ଦ କରାଯାଇଛି । କୋ÷ଣସି ସୁତ୍ରରୁ ବାଲ୍ୟବିବାହର ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଁଂଚିଥିଲେ ।

ଉଭୟ ପରିବାର ସହ ଆଲୋଚନା କରି ବିବାହ ବନ୍ଦ କରିବା ନିଷ୍ପତି ନିଆଯାଇଥିଲା । ଏହି ଆଲୋଚନାରେ କନ୍ୟା ପରିବାର ସହମତି ହୋଇ ବିବାହ ବନ୍ଦ କରିବା ସହ ଏକ ଘୋଷଣାନାମା ଲେଖି ଝିଅର ୧୮ବର୍ଷ ପରେ ବିବାହ କରିବୁ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତିି ।