ବିବାହ ବେଦୀରୁ ଉଦ୍ଧାର ହେଲା ନାବାଳିକା ! ଚାଇଲ୍ଡ ଲାଇନକୁ କରାଗଲା ହସ୍ତାନ୍ତର

20

କନକ ବ୍ୟୁରୋ: ବିବାହ ବେଦୀରୁ ଉଦ୍ଧାର ହେଲା ନାବାଳିକା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଆଡ଼ିମାହୀ ଗାଁରେ ଜଣେ ଯୁବକ ନାବାଳିକାକୁ ବିବାହ କରୁଥବାବେଳେ ପ୍ରଶାସନ ଓ ଚାଇଲ୍ଡ ଲାଇନ ଚଢ଼ାଉ କରିଛନ୍ତି । ତେବେ ପ୍ରଶାସନ ଓ ଚାଇଲ୍ଡ ଲାଇନର ହସ୍ତକ୍ଷେପ ପରେ ବାହାଘର ବନ୍ଦ କରି ଉଭୟ ବର କନିଆଁଙ୍କୁ ଥାନାକୁ ଆଣିଥିଲେ । ଏହାପରେ ନାବାଳିକାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି ।