ଭୁବନେଶ୍ୱର ମାର୍କେଟ ବିଲଡିଂରୁ ଉଦ୍ଧାର ହେଲେ ୧୧ ନାବାଳକ: ବିଭିନ୍ନ ଦୋକାନରେ ଶିଶୁ ଶ୍ରମିକ ଭାବେ ଥିଲେ ନିୟୋଜିତ

33

କନକ ବ୍ୟୁରୋ: ମିଳିତ ଅପରେସନ୍ ଜରିଆରେ ଭୁବନେଶ୍ୱରର ମାର୍କେଟିଂ ବିଲ୍ଡିଂ ଅଂଚଳରୁ ମଙ୍ଗଳବାର ୧୧ଜଣ ଶିଶୁ ସେଲ୍ସ ବୟଙ୍କୁ ଉଦ୍ଧାର କରାଯାଇଛି । ୧୪ ବର୍ଷ ତଳକୁ ଦୋକାନରେ ବର୍ଷ ବର୍ଷ ଧରି କାମ କରୁଥିବା ପିଲାଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଏହାର ଲକ୍ଷ୍ୟ ।

ଭୁବନେଶ୍ୱର ମାର୍କେଟବିଲ୍ଡିଂର ଜନବହୁଳ ମାର୍କେଟ୍ । ମାର୍କେଟର ଖଚାଖଚ ଭିଡ଼ରେ ମିଳିତ ସ୍କାଡ୍ ଚଳାଇଥାଏ ତାର ଅପେରସନ୍ । ଅପରେସନ୍ ଷ୍ଟ୍ରିଟ୍ ଟୁ ସ୍କୁଲ୍ । ଦୋକାନରେ କାମ କରୁଥିବା ୧୪ ବର୍ଷ ତଳ ପିଲାଙ୍କୁ ଉଦ୍ଧାର କରିବା ଏହାର ଉଦ୍ଦେଶ୍ୟ ।

ତେବେ ୧୪ ବର୍ଷ ତଳକୁ ଛୋଟ ପିଲାଙ୍କୁ କାମରେ ଲଗାଇଲେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି । ସେହିପରି ଶିଶୁ ଶ୍ରମିକମୁକ୍ତ ଏକ ଶିକ୍ଷିତ ସମାଜ ଗଠନ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧ଟି ଜିଲ୍ଲାର ସହରାଂଚଳରେ ୧୬ଟି ଆବାସିକ ସ୍କୁଲ ଖୋଲାଯାଇଛି । ଯେଉଁଠି ପିଲାଙ୍କୁ ଥଇଥାନ କରାଯିବା ସହ ମାଗଣା ଖାଇବା, ପିଇବା ଯୋଗାଇ ଦିଆଯାଉଛି ।