ଇଣ୍ଟରନେଟ୍ ରେ ଛୋଟ ପିଲାଙ୍କ ସୁରକ୍ଷା ପାଇଁ ଗୁଗଲ ଆରମ୍ଭ କରିଛି ଏକ ନୂଆ ପ୍ରୟାସ : ପିଲାଙ୍କ ପାଇଁ ଆଣିଛି ଚାଇଲ୍ଡ-ଫ୍ରେଣ୍ଡଲୀ ସର୍ଚ୍ଚ ଇଂଜିନ୍ “କିଡଲ”

33

ଆଜିର ସମୟରେ ସୋସିଆଲ ମିଡିଆ ସମାଜର ଏକ ଗରୁତ୍ୱପୂର୍ଣ୍ଣ ଓ ଆବଶ୍ୟକୀୟ ଅଙ୍ଗ କହିଲେ ଭୁଲ ହେବ ନାହିଁ । ସୋସିଆଲ ମିଡିଆ ବିନା କୌଣସି କାମ କରିବା କଥା ମଧ୍ୟ ଭାବି ହେଉନାହିଁ । ତେବେ କେବଳ ବୟସ୍କ ମାନେ ନୁହଁନ୍ତି ବରଂ ଛୋଟ ପିଲାମାନେ ମଧ୍ୟ ଏହା ସହିତ ଓତଃପ୍ରୋତ ଭାବରେ ଜଡ଼ିତ ହେବାରେ ଲାଗିଛନ୍ତି । କାରଣ ବିଶ୍ୱରେ ଯେଉଁ ବିଷୟରେ ଆପଣ ଜାଣିବାକୁ ଚାହାଁନ୍ତି ତାହାର ସମସ୍ତ ତଥ୍ୟ ମିଳିଯାଏ ଗୁଗଲ ମଧ୍ୟରୁ । ତେବେ ଗୁଗଲକୁ କେବଳ ସକାରାତ୍ମକ କାମ ପାଇଁ ନୁହେଁ ବରଂ ଖରାପ କାମରେ ମଧ୍ୟ ଲୋକମାନେ ବ୍ୟବହାର କରୁଛନ୍ତି । ବହୁ ସମୟରେ ଏହାର ଶିକାର ହେଉଛନ୍ତି ଛୋଟ ପିଲା । ଯାହା ସେମାନଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ତେଣୁ ସେଥିପାଇଁ ଗୁଗଲ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଛୋଟ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି କିଡଲ୍ ।

କିଡଲ୍ ଦ୍ୱାରା ପିଲାମାନେ ଇଂଟରନେଟରେ ପ୍ରୋଜେକ୍ଟ ପାଇଁ ଫଟୋ ଏବଂ ବିଦ୍ୟାଳୟ ସମ୍ବନ୍ଧୀୟ ଅନ୍ୟାନ୍ୟ ତଥ୍ୟ ପାଇପାରିବେ । ଏହା ଏଭଳି ଦୃଷ୍ଟିକୋଣରୁ ପ୍ରସ୍ତୁତ କରାଯାଇଛି ଯାହାଦ୍ୱାରା ଛୋଟ ପିଲାଙ୍କ ପାଠପଢା ବ୍ୟତୀତ ଅନ୍ୟ କୌଣସି ପ୍ରକାରର ଅସଭ୍ୟ ଶବ୍ଦ ବା ଫଟୋ ଆଦି ଆସିବ ନାହିଁ । ଅର୍ଥାତ ସେମାନଙ୍କ ସହିତ ଯାହା ସଂପର୍କିତ ନୁହେଁ ତାହା ସେଥିରେ ଦେଖାଇବ ନାହିଁ । କିଡଲରେ ୭ ଲକ୍ଷରୁ ଅଧିକ ଆର୍ଟିକିଲ ରହିଛି । ଏହା ଆପଣ ଇଂଟରନେଟରେ ସର୍ଚ୍ଚ କରି ଜାଣିପାରିବେ । ଏହାକୁ ମୁକ୍ତ ଭାବରେ ବ୍ୟବହାର କରିପାରିବେ । ତେବେ ଆପଣ ମଧ୍ୟ ଆପଣଙ୍କ ପିଲାଙ୍କୁ ଗୁଗଲ ପରିବର୍ତ୍ତେ କିଡଲ୍ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତୁ । ଏହା ସେମାନଙ୍କ ସ୍ୱଚ୍ଛ ଭବିଷ୍ୟତ ପାଇଁ ଏକ ଜ୍ୱଳନ୍ତ ପ୍ରୟାସ ।