ବୁର୍ଲା ବଡ ମେଡିକାଲରେ ଶିଶୁ ଅଦଳବଦଳ ଘଟଣା :ଏସଏନସିୟୁର ୩ଜଣ କର୍ମଚାରୀଙ୍କୁ ବଦଳି

27

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍: ବୁର୍ଲା ବଡ ମେଡିକାଲରେ ଶିଶୁ ଅଦଳବଦଳ ଘଟଣା । ଏସଏନସିୟୁର ୩ଜଣ କର୍ମଚାରୀଙ୍କୁ ବଦଳି । ୨ ଜଣ ନର୍ସ ଓ ଜଣେ ଆଟେନଡାଂଟଙ୍କୁ ବଦଳି କରିଛନ୍ତି ହସ୍ପିଟାଲ କର୍ତୃପକ୍ଷ । ଏଥିସହ ଘଟଣାର ଯେମିତି ପୁନରାବୃତି ନହୁଏ ସେଥିଲାଗି ପଦକ୍ଷେପ ନିଆଯିବ । ଏଣିକି ହସ୍ପିଟାଲକୁ ଆସୁଥିବା ମା ଓ ଶିଶୁଙ୍କ ପାଦଚିହ୍ନ ରଖାଯିବ । ପ୍ରସୂତି ବିଭାଗ ଓ ଏସଏନସିୟୁରେ ଏହି ନୂଆ ନିୟମ ଲାଗୁ କରାଯିବାକୁ ନିଷ୍ପତି ହୋଇଛି । କିଛିଦିନ ତଳେ ଶିଶୁ ଅଦଳ ବଦଳ ହୋଇଥିବାନେଇ ଡିଏନଏ ଟେଷ୍ଟରୁ ସ୍ପଷ୍ଟ ହେବା ପରେ ଏଭଳି କଡା ପଦକ୍ଷେପ ନେଇଛନ୍ତି ହସ୍ପିଟାଲ କର୍ତୃପକ୍ଷ ।