ଚିକିତ୍ସା ଅଭାବରୁ ୧୦ ମାସ ଶିଶୁର ମୃତ୍ୟୁ

23

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସା ଅଭାବରୁ ୧୦ ମାସର ଶିଶୁର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି । ଏହାକୁ ନେଇ ଚିକିତ୍ସାଳୟରେ ଉତେଜନା ପ୍ରକାଶ ପାଇଛି । ଲଇକେରା ଥାନା ଅର୍ନ୍ତଗତ ମାଲଡେରା ଗ୍ରାମର ଫକୀର ପରୁଆଙ୍କର ଶିଶୁ କନ୍ୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲା । ତେବେ ଡାକ୍ତର ନ ଆସିବାରୁ ଶିଶୁଟିର ମୃତ୍ୟୁ ହୋଇଥିବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।