ଅନ୍ଧ ବିଶ୍ୱାସର କୁପରିଣତି : କୋମଳମତି ଶିଶୁର ଜୀବନ ନେଲା ଚେଙ୍କ

29

କନକ ବ୍ୟୁରୋ : ଅନ୍ଧବିଶ୍ୱାସର କୁପରିଣତି । ଚେଙ୍କ ଦେବାରୁ ୨ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଭାରଶୁଣ୍ଡି ଗାଁରେ ୨ ମାସର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଛି ।

ଭାରଶୁଣ୍ଡି ଗାଁର ବିଜୁ ଗଣ୍ଡଙ୍କ ଶିଶୁପୁତ୍ରକୁ ଥଣ୍ଡା କାଶ ହେବାରୁ ମାଆ ଗିତାବାଈ ଗଣ୍ଡ ତାକୁ ଚେଙ୍କ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଭାଲିଆ ମଂଜି ସାହାଯ୍ୟରେ ଶିଶୁଟିର ପେଟ ଓ ଛାତିରେ ଚେଙ୍କ ଦିଆଯାଇଥିଲ।। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ୱାର୍ଡରେ ଚିକିତ୍ସିତ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି ।