ଚେଙ୍କ ନେଲା ଜୀବନ ! ଚେଙ୍କ ଦେବାର ୫ଦିନ ପରେ କେନ୍ଦୁଝର ଡାକ୍ତରଖାନାରେ ଆଖିବୁଜିଲା ୧୮ଦିନର ଶିଶୁ

32

କନକ ବ୍ୟୁରୋ: ଚେଙ୍କ ଦିଆଯିବା ପରେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଲା ୧୮ ଦିନର ଶିଶୁପୁତ୍ର । କେନ୍ଦୁଝର ଡାକ୍ତରଖାନାରେ ଆଖିବୁଜିଲା ଶିଶୁପୁତ୍ର । କେନ୍ଦୁଝର ଜିଲ୍ଲା ଯୋଡା ଥାନା ପୀଢପୋଖରୀ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ।

ସୂଚନା ମୁତାବକ, ଗାଁର ବୁଧୁରାମ ମୁଣ୍ଡାଙ୍କର ନବଜାତକ ଶିଶୁର ପେଟ ଫୁଲିଯିବା ସହ ନିଶ୍ୱାସପ୍ରଶ୍ୱାସରେ ଶିଶୁଟି ଅସୁବିଧାର ସମ୍ମୁଖିନ ହୋଇଥିଲା । ଏବଂ ଶିଶୁ ଖାଦ୍ୟବି ଗ୍ରହଣ କରୁନଥିଲା । ଡାକ୍ତରଖାନା ନେବା ପାଇଁ ସୁବିଧା ନଥିବାରୁ ଶିଶୁ ପେଟରେ ଗରମ କାଚରେ ଚେଙ୍କ ଦେଇଥିଲେ ସମ୍ପର୍କୀୟ ।

ପରେ ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିଲା । ଶିଶୁ ପୁତ୍ରକୁ ଡାକ୍ତରଖାନା ଆଣିବାକୁ ଆଶାକର୍ମୀ ମଧ୍ୟ ସହଯୋଗ କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।