ଜମୁଛି ଚିକିଟି ଲଢେଇ ! ମାଆଙ୍କ ପାଇଁ ପ୍ରଚାର ମୈଦାନରେ ପୁଅ, ଅସୁସ୍ଥତା ଯୋଗୁ ମେଡିକାଲରେ ଅଛନ୍ତି ଉଷା ଦେବୀ

445

କନକ ବ୍ୟୁରୋ : ଜମୁଛି ଚିକିଟିରେ ନିର୍ବାଚନ ପ୍ରଚାର । ଏହି ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ତଥା ପାଂଚ ପାଂଚ ଥରର ବିଧାୟିକା ଉଷାଦେବୀ ନିର୍ବାଚନ ଲଢୁଛନ୍ତି । ଉଷା ଦେବୀ ଅସୁସ୍ଥତା କାରଣରୁ ବିଶାଖାପାଟଣାରେ ଥିବାରୁ ତାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ତାଙ୍କ ପୁଅ ଚିନ୍ମୟ ଶ୍ରୀରୂପ ଦେବ । ଏଠାରୁ କଂଗ୍ରେସରୁ ସୁବାସ ରାଉତ ଲଢୁଥିବାବେଳେ ବିଜେପିରୁ ଲଢୁଛନ୍ତି ମନୋରଞ୍ଜନ ଦ୍ୟାନ ସାମନ୍ତରା । ଏହି ଆସନରୁ ଉଷାଦେବୀ ୨ ହଜାର ମସିହାରୁ ଲଗାତାର ବିଧାୟିକା ଅଛନ୍ତି ।

ଆଉ ମାତ୍ର ଦିନ କେଇଟା ପରେ ନିର୍ବାଚନ । ଏପ୍ରିଲ ୧୧ରେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଦକ୍ଷିଣ ଓଡ଼ିଶାରୁ ଏହି ନିର୍ବାଚନୀ ମତଦାନ ଆରମ୍ଭ ହେଉଥିବାରୁ ସରଗରମ ହେଉଛି ରାଜ୍ୟ ରାଜନୀତି । ତେବେ ଏହି ସଂସଦୀୟ କ୍ଷେତ୍ର ମଧ୍ୟରୁ ବ୍ରହ୍ମପୁର ସ˚ସଦୀୟ କ୍ଷେତ୍ରର ଏକ ବିଧାନ ସଭା ଆସନ ହେଉଛି ଚିକିଟି । ଏହା ଜିଲ୍ଲାର ଏକ ସ୍ପର୍ଶକାତର ବିଧାନସଭା କ୍ଷେତ୍ର ଭାବେ ପରିଚିତ।

ଚିକିଟିରେ ଉଷାଙ୍କ ଦବଦବା ରହିଥିବା ବେଳେ ପୁଣିଥରେ ତାଙ୍କ ଉପରେ ଭରସା କରିଛି ଦଳ । ୨୦୦୦ ମସିହାରୁ ଲଗାତାର ୪ ଥର ଏଠାରେ ବିଜୟୀ ହୋଇ ଆସୁଛନ୍ତି ଉଷା । ଉଷା ଦେବୀ ନବୀନ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଛନ୍ତି । ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କୁ ହରାଇ ଚିକିଟି ଅକ୍ତିଆର କରିଥିଲେ ଉଷା ଦେବୀ ।