ମାଗଣାରେ ୧ ବର୍ଷ ପର୍ଯ୍ୟନ୍ତ ଖାଆନ୍ତୁ ଆଇସକ୍ରିମ୍ ! ମାସକୁ ଆୟ କରିପାରିବେ ୪୦ ହଜାର ଟଙ୍କା

47

ଆଇସକ୍ରିମ୍ ଖାଇବା ପାଇଁ କିଏ ବା ପସନ୍ଦ ନକରେ । ପିଲାଠାରୁ ବୁଢ଼ାଯାଏ ସମସ୍ତେ ଆଇସକ୍ରିମ୍ ଖାଇବା ପାଇଁ ପସନ୍ଦ କରନ୍ତି । ଯଦି ଆପଣ ବି ଆଇସକ୍ରିମ୍ ଖାଇବା ପାଇଁ ପସନ୍ଦ କରନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଇସକ୍ରିମ ଖାଇ ଆପଣ ମାସକୁ ମାସ ରୋଜଗାର କରିପାରିବେ । କଥାଟା ଅବିଶ୍ୱସନୀୟ ହେଲେ ମଧ୍ୟ ସତ । ତେବେ ଏଥିପାଇଁ ଖୁବ ଶୀଘ୍ର ଆବେଦନ କରନ୍ତୁ ଏବଂ ୧ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଆଇସକ୍ରିମ ଖାଆନ୍ତୁ । ଆଉ ଆଇସକ୍ରିମ ଖାଇ ମାସକୁ ଆୟ କରନ୍ତୁ ୪୦ ହଜାର ପର୍ଯ୍ୟନ୍ତ ଦରମା ।

ଆଇସକ୍ରିମ ତିଆରି କରୁଥିବା ଏକ ପ୍ରସିଦ୍ଧ କମ୍ପନୀ ଆପଣଙ୍କୁ ଆଇସକ୍ରିମ ଖାଇବାର ଚାକରି ଦେଉଛି । କେବଳ ଯେ ଆଇସକ୍ରିମ ଖାଇବାକୁ ଦେବ ତା’ନୁହେଁ ଏଥିପାଇଁ ଆପଣଙ୍କୁ ଭଲ ଦରମା ମଧ୍ୟ ଦେବ । ପ୍ରକୃତ କଥା ହେଲା ‘ହେବମୋର’ ନାମକ ଏକ କମ୍ପାନୀ ପାଇଁ ଚିଫ୍ ଟେଷ୍ଟିଂ ଅଫିସର ପଦବୀ ପାଇଁ ପ୍ରାର୍ଥୀ ଦରକାର କରୁୁଛନ୍ତି । ଏହାର ଅର୍ଥ ଆଇସକ୍ରିମ ଖାଇ ଏହାର ସ୍ୱାଦ ବିଷୟରେ କମ୍ପାନୀକୁ ସବିଶେଷ ତଥ୍ୟ ଦୋବକୁ ପଡ଼ିବ । ଆଉ ଏହି କାମ ପାଇଁ ଆପଣଙ୍କୁ ୧୦ କିମ୍ବା ୨୦ ନୁହେଁ ପୁରା ୪୦ ହଜାର ଟଙ୍କା ମିଳିବ ।

କମ୍ପାନୀ ତରଫରୁ ଏହି ସମର ଜବ୍ ପାଇଁ ଅହମଦାବାଦରେ ଏକ ୩ ଦିନିଆ ଆସାଇନମେଂଟର ଆୟୋଜନ କରିଯାଉଛି । ଏହି ଆସାଇନମେଂଟ୍ ୧୫ ରୁ ୧୭ ଜୁନ୍ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଆପଣଙ୍କ ଖାଇବା ଓ ରହିବା କଥା ଚିନ୍ତା କରିବା ଦରକାର ନାହିଁ । କମ୍ପାନୀ ଆପଣଙ୍କର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ । ଏହା ବ୍ୟତୀତ ‘ହେବମୋର’ ପୁରା ଏକ ବର୍ଷ ପର୍ଯ୍ୟନ୍ତ ନିଜର ଚିଫ୍ ଟେଷ୍ଟିଂ ଅଫିସରକୁ ଆଇସକ୍ରିମ ଯୋଗାଇବ ।

ସୂଚନା ଅନୁସାରେ ଏହା ଏକ ପାର୍ଟ ଟାଇମ ଜବ୍ । ଏଥିପାଇଁ ଆପଣ କରୁଥିବା ଚାକିରି ଛାଡ଼ିବା ଦରକାର ନାହିଁ । ଏହି ଚାକିରି ପାଇଁ ଆପଣଙ୍କୁ କମ୍ପାନୀ ପାଖକୁ ଏକ ଭିଡ଼ିଓ ଆପ୍ଲିକେସନ୍ ପଠାଇବା ପାଇଁ ପଡ଼ିବ । କମ୍ପାନୀ ଭିଡ଼ିଓ ଦେଖି ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ କରିବ । ଅଧିକ ବିବରଣୀ ପାଇଁ https://havmor.com/thecoolestsummerjob କୁ ଯାଆନ୍ତୁ ।