କ୍ୟାନସର ପୀଡ଼ିତ ଛୋଟ ଛୁଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ! ଅହମଦାବାଦ ସତ୍ୟସାଇ ହାର୍ଟ ହସ୍ପିଟାଲରେ ଓଡ଼ିଆ ରୋଗୀଙ୍କ ସହ କଲେ ଆଲୋଚନା

667

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସୁରଟ ଗସ୍ତରେ ଯାଇଛନ୍ତି । ତେବେ ସେ ପ୍ରଥମେ ଅହମଦାବାଦର ସତ୍ୟସାଇ ହାର୍ଟ ହସ୍ପିଟାଲ ପହଞ୍ଚ ରୋଗୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତ୍ୟସାଇ ହାର୍ଟ ହସ୍ପିଟାଲ ଯାଇ ଚିକିତ୍ସିତ ହେଉଥିବା ଓଡ଼ିଆ ରୋଗୀଙ୍କୁ ଭେଟିଛନ୍ତି । ପାଖାପାଖି ୧୫୦ ଜଣ ଓଡ଼ିଆ ପିଲା ସେଠାରେ ମାଗଣାରେ ଚିକିତ୍ସିତ ହେଉଛନ୍ତି । ଆଉ ସେଥି ମଧ୍ୟରୁ ୩୬ ଜଣଙ୍କୁ ଡିସଚାର୍ଜ ଟିକେଟ ଦେଇଛନ୍ତି ନବୀନ ।

ସୂଚନାଯୋଗ୍ୟ ଓଡ଼ିଶା ସରକାର ସତ୍ୟସାଇ ହାର୍ଟ ହସ୍ପିଟାଲ ସହ ପୂର୍ବରୁ ଏକ ଏମଓୟୁ ସାକ୍ଷର କରିଥିଲେ । ଓଡ଼ିଶାର ଯେଉଁ ପିଲାମାନେ ହୃଦରୋଗରେ ପୀଡ଼ିତ ସେମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବା ସହ ମାଗଣା ଅସ୍ତ୍ରୋପଚାରର ବ୍ୟବସ୍ଥା କରିବା ପାଇଁ ଏମଓୟୁ ସାକ୍ଷର କରାଯାଇଥିଲା ।

ସୂଚନାଯୋଗ୍ୟ ସୁରଟରେ ଆୟୋଜିତ ଓଡ଼ିଆ ମହୋତ୍ସବରେ ଯୋଗ ଦେବା ସହ ସେଠି ଥିବା ଓଡ଼ିଆ ସଂପ୍ରଦାୟ ଲୋକଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ପକ୍ଷରୁ ଓଡ଼ିଶା ମହୋତ୍ସବ ପାଳନ କରାଯାଉଛି ।  ସୁରଟର ଓଡିଆମାନେ କିଛି ମାସ ତଳେ ନବୀନଙ୍କୁ ଭେଟି  ଆମନ୍ତ୍ରଣ କରିଥିଲେ ।  ସୁରଟରେ ପ୍ରାୟ ୭ ଲକ୍ଷ ଓଡ଼ିଆ ରହୁଛନ୍ତି ।  ତେବେ ନବୀନଙ୍କ ଗସ୍ତ ନେଇ ସୁରଟରେ ବ୍ୟାପକ ପ୍ରସ୍ତତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।