କଳାଧନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସାହସିକ ପଦକ୍ଷେପକୁ ସ୍ୱାଗତ : ମୁଖ୍ୟମନ୍ତ୍ରୀ କଲେ ଟ୍ଵିଟ୍‌

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେନ୍ଦ୍ର ସରକାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଉପରେ ଲଗାଇଥିବା ଅଙ୍କୁଶକୁ ଏକ ସାହସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି। ଏହା ଦ୍ୱାରା କଳାଧନ, ନକଲି ଟଙ୍କା କାରବାର, ଓ ଆତଙ୍କବାଦୀଙ୍କୁ ଯେଉଁ ଆର୍ଥିକ ସହାୟତା ମିଳିଥିଲା ତାହା ବନ୍ଦ ହେବାରେ ସଫଳତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

ଦେଶରେ ନୂଆ ୫ଶହ ଓ ୨ହଜାରଟଙ୍କିଆ ନୋଟ୍‌ର ପ୍ରଚଳନ କରାଯିବ । ଦେଶରେ ସ୍ୱଚ୍ଛତା ଆଣିବା ପାଇଁ ଯେ କୌଣସି ପଦକ୍ଷେପକୁ ସେ ସ୍ୱାଗତ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ଵିଟ୍‌ରେ ଜଣାଇଛନ୍ତି ।