ପୁରୀ ପାଇଁ ୭ କୋଟି । ସହାୟତା ପାଇବାରୁ ଏସଡିଆରଏଫରୁ ବଞ୍ଚିତ ପରିବାର ହେବେ ଉପକୃତ ।

381

କନକ ବ୍ୟୁରୋ: ‘ଫୋନି’ ପ୍ରଭାବିତ ପୁରୀବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଷ୍ଟେଟ୍ ଡ଼ିଜାଷ୍ଟର ରିଲିଫ୍ ଫଣ୍ଡରୁ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ପୁରୀ କ୍ଷତିଗ୍ରସ୍ତ ଘର ପାଇଁ ସହାୟତା ଘୋଷଣା କଲେ ନବୀନ । (ରାଜ୍ୟ ବିପର୍ଯ୍ୟୟ ପାଣ୍ଠି)ରୁ ବଞ୍ଚିତ ହୋଇଥିବା କ୍ଷତିଗ୍ରସ୍ତ ଘର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୭ କୋଟି ୫୮ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀରେ ‘ଫୋନି’ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ୮ ହଜାର ଲୋକ ଏହାଦ୍ୱାରା ଉପକୃତ ହୋଇପାରିବେ । ଏହି ଘୋଷଣା ମୁତାବକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଘର ପିଛା ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ । ଯେଉଁଥିରେ ୭ ହଜାର ୪୦୦ ପରିବାର ଉପକୃତ ହୋଇପାରିବେ । ସେହିଭଳି ଆଂଶିକ ଭାଙ୍ଗି ଯାଇଥିବା ଘର ବାବଦରେ ୬୦୦ ପରିବାରଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।