ସସପେନ୍ସରେ ଶଶିକଳାଙ୍କ ଶପଥ ! ଶପଥ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା

31

କନକ ବ୍ୟୁରୋ: ଶଶିକଳାଙ୍କ ଶପଥ ଗ୍ରହଣ ନେଇ ସସପେନ୍ସ । ବିଳମ୍ବିତ ହୋଇପାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶଶିକଳା ନଟରାଜନଙ୍କ ଶପଥ ଗ୍ରହଣ । ଶଶିକଳାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଜି ଏହି ମାମଲାର ଶୁଣାଣି ହେବ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆୟବହିର୍ଭୂତ ସଂପତି ଠୁଳ ମାମଲା ବିଚାରାଧିନ ଥିବା ବେଳେ ଶଶିକଳା ମଧ୍ୟ ଏଥିରେ ଅନ୍ୟତମ ଅଭିଯୁକ୍ତ ଅଛନ୍ତି ।

ଆସନ୍ତା ସପ୍ତାହ ମଧ୍ୟରେ ଏହି ମାମଲାର ରାୟ ପ୍ରକାଶ ପାଇବାକୁ ଥିବାରୁ ଶଶିକଳାଙ୍କ ଶପଥ ଉପରେ ରୋକ୍ ଲଗାଇବାକୁ ଚେନ୍ନାଇର ଜଣେ ବାସିନ୍ଦା ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ମାଡ୍ରାସ ବିଶ୍ୱବିଦ୍ୟାଳୟ ଅଡିଟୋରିଅମରେ ଆଜି ଶଶିକଳାଙ୍କ ଶପଥ ନେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ବିଭିନ୍ନ ମହଲରୁ ଶଶିକଳାଙ୍କୁ ପ୍ରବଳ ବିରୋଧ ଜାରି ରହିଛି ।