ମରୁଡିକୁ ନେଇ ଚିନ୍ତାରେ ଚାଷୀ ! ଭୋଜି ପାଇଁ ମୁଖ୍ୟମନ୍ତ୍ରୀ କିଣିଲେ ଦଶ ଲକ୍ଷ ଟଙ୍କାର ରୂପା ବାସନ । କଟାଉଛନ୍ତି ବିଳାସମୟ ଜୀବନ  ।

36

ସରଳ ଜୀବନଯାପନ ସହ  ଦୁର୍ନୀତି ବିରୋଧରେ ଲୋକଙ୍କୁ ଭାଷଣ ଦେଉଥିବା ନେତାମାନେ ପ୍ରକୃତ ଜୀବନରେ କିଭଳି ବିଳାସମୟ ଜୀବନ ବିତାଉଛନ୍ତି ଦେଖିବାକୁ ମିଳିଛି । ଏଭଳି ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ବିବାଦରେ ଫସିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧିରମେୟା । ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ରାଜକୀୟ ଭୋଜିକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବାବେଳେ ବିରୋଧୀ ବିଜେପିକୁ ଏକ ପ୍ରସଙ୍ଗ ମିଳିଯାଇଛି ।

ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ଦେଖାଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ଗୋଟିଏ ଭୋଜି ଦେବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ କେବଳ ଭୋଜିର ବାସନ କିଣିବା ପାଇଁ । ଏହି ବାସନଗୁଡ଼ିକ ସାଧାରଣ ଥାଳି ନୁହେଁ, ଶୁଦ୍ଧ ରୁପାରେ ତିଆରି । ମୁଖ୍ୟମନ୍ତ୍ରୀଙ୍କ କାଳବୁର୍ଗୀ ଗସ୍ତ କାଳରେ ଅନୁଷ୍ଠିତ ସାଧନେ ସମ୍ଭ୍ରମ କାର୍ୟ୍ୟକ୍ରମ ପାଇଁ ଏହି ଭୋଜି ଅନୁଷ୍ଠିତ ହେଉଥିଲା ।

ଏଥିରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ଅଫିସରମାନେ ଯୋଗଦେଇଥିଲେ । କେବଳ ରୁପା ଥାଳି ନୁହେଁ, ଖାଦ୍ୟ ପ୍ରସ୍ତୁତି ପାଇଁ ବାଙ୍ଗାଲୁରୁ ରେ ବୋଧହୁଏ ଯୋଗ୍ୟ ରୋଷେୟା ନଥିଲେ, ସୁଦୂର ହାଇଦ୍ରାବାଦରୁ ମଗାହୋଇଥିଲା ଏକ କ୍ୟାଟରିଂ ସଂସ୍ଥା । ସେ ବାବଦରେ ମଧ୍ୟ କିଛି ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଏସବୁ ଖର୍ଚ୍ଚ ଟିକସଦାତାଙ୍କ ଅର୍ଥରୁ ଯାଇଛି ।

ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବାବେଳେ ବିରୋଧୀ ବିଜେପିକୁ ଏକ ଭଲ ଅସ୍ତ୍ର ମିଳିଯାଇଛି । ନିଜକୁ ଗରିବର ବନ୍ଧୁ କହୁଥିବା, ଲୋହିଆଙ୍କ ଆଦର୍ଶରେ ବିଶ୍ୱାସ କରୁଥିବାର ଦାବି କରୁଥିବା ସୁଦ୍ଧରାମାୟାଙ୍କ ଅସଲ ମୁଖା ଖୋଲିଯାଇଛି ବୋଲି କହିଛନ୍ତି ସ୍ଥାନୀୟ ବିଜେପି ନେତା ରାଜକୁମାର ତେଲକୁର ।