ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତକୁ ବିରୋଧ : କଳା ପତାକା ଧରି ବିରୋଧୀ ପ୍ରସ୍ତୁତ

23

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ । ସମ୍ବଲପୁରରେ କଳାପତାକା ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ । ଆଜି ସମ୍ବଲପୁରରେ ପାସପୋର୍ଟ ଅଫିସ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀଙ୍କ ବିରୋଧ ପ୍ରଦର୍ଶନ ପରେ ପୋଲିସ କିଛି କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ।

ଖାଲି କଂଗ୍ରେସ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିଜେପି ମହିଳା ମୋର୍ଚ୍ଚା ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଫଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିରୋଧ ପ୍ରଦର୍ଶନ ଆଶଙ୍କାରେ ଆଗୁଆ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ । ୧୦ ଜଣ କଂଗ୍ରେସ କର୍ମୀଙ୍କ ସହ କିଛି ବିଜେପି କର୍ମୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।