ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ : ସେପଟେ ବିଜୟ, ଦିଲ୍ଲୀପ ଓ ପ୍ରଫୁଲ୍ଲଙ୍କ ଘର ବାହୁଡ଼ା ନେଇ ରଖିଲେ ପ୍ରତିକ୍ରିୟା

22

କନକ ବ୍ୟୁରୋ : ପୁରୁଣା ନେତାଙ୍କ ଘରବାହୁଡ଼ା ନେଇ ମୁଖ୍ୟମନ୍ତ୍ରୀ ଆଜି ପୁଣି ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏ ବାବଦରେ ବ୍ୟକ୍ତିଙ୍କୁ ଦେଖି ନିଷ୍ପତି ନିଆଯିବ । ଦିଲ୍ଲୀପ ରାୟ, ବିଜୟ ମହାପାତ୍ର ଓ ପ୍ରଫୁଲ୍ଲ ଘଡେଇଙ୍କ ପ୍ରସଙ୍ଗରେ ସେ କହିଛନ୍ତି, ଦଳ ଏ ବାବଦରେ ନିଷ୍ପତି ନେବ ।

ଗତକାଲି ପୁରୁଣା ନେତାଙ୍କ ଘରବାହୁଡା ହୋଇପାରେ ବୋଲି ନବୀନ ପଟ୍ଟନାୟକ କହିଥିଲେ । ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଆଜି ପୁଣି ଥରେ ସଙ୍କେତ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ନବୀନ କହିଛନ୍ତି, ଅଦଳବଦଳ ନିଷ୍ପତିରୁ ଆମେ ଏବେ ବି ଓହରିନାହୁଁ । ସେହିଭଳି ବିଜେପି ସଭାପତି ଅମିତ ଶାହଙ୍କୁ ଓଡିଶା କିଭଳି କାଉଂଟର କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଉତରରେ ସେ କହିଛନ୍ତି , ବିଜେଡି ବିଜେପିର ମୁକାବିଲା ପାଇଁ ସମର୍ଥ ଅଛି ।