ଗଡ଼ିଲା ପୁଲିସର ପରୀ ରଥ: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୩୦ଟି ଜିଲ୍ଲାରେ ବୁଲିବ ପରୀ ଏକ୍ସପ୍ରେସର ସ୍ୱତନ୍ତ୍ର ଭ୍ୟାନ୍

33

କନକ ବ୍ୟୁରୋ: ରାଜ୍ୟରେ ଶିଶୁ ଯୌନ ଶୋଷଣ ରୋକିବାକୁ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ପରୀ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁନିସେଫର ମିଳିତ ସହାୟତାରେ ଆରମ୍ଭ ହୋଇଛି ଏହି ସଚେତନତା ଅଭିଯାନ । ୧୫ ଦିନରେ ରାଜ୍ୟର ୩୦ଟି ଜିଲ୍ଲାରେ ବୁଲିବ ଏକ୍ସପ୍ରେସ୍ । ଶିଶୁ ଯୌନ ନିର୍ଯାତନା ବିରୋଧରେ ଲୋକଙ୍କୁ ସଚେତନ ବାର୍ତା ବାଂଟିବ । ଗତ କିଛିଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରୁ ନାବାଳିକାଙ୍କ ଉପରେ ଯୌନ ନିର୍ଯାତନା ଭଳି ଖବର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି ।

ଏହାକୁ ଦୃଷ୍ଟିରେ ରଖି ରବିବାର ଜନଜାଗରଣ ଅଭିଯାନ ପରୀ ପାଇଁ କଥାଟିଏର ଲୋଗୋ ଓ ଗୀତର ଶୁଭାରମ୍ଭ ହୋଇଥିଲା । ପୋଲିସ୍ ଡିଜି ଏହାର ଶୁଭାରମ୍ଭ କରିଥିଲେ । ରାଜ୍ୟ ପୁଲିସ ଓ ୟୁନିସେଫ୍ ମିଳିତ ସହଭାଗିତାରେ ଏହି ଅଭିଯାନ ଚାଲିବ । ଏହା ସହିତ ଶିଶୁ ବଳାକ୍ରାର ଓ ଯୌନ ନିର୍ଯାତନା ରୋକିବା ପାଇଁ ଜନତାଙ୍କୁ ସଚେତନ କରାଇବାକୁ ସୋସିଆଲ ମିଡିଆ, ଗଣମାଧ୍ୟମ ଆଗେଇ ଆସିବା ଦରକାର ବୋଲି ଅନୁରୋଧ କରାଯାଇଛି ।