ନବୀନ ଦେବେ ଅଫିସରଙ୍କୁ ନମ୍ବର : ଭଲ ପ୍ରଦର୍ଶନ କଲେ ସବୁଜ ମାର୍କ, ଖରାପ କରିଥିଲେ ମିଳିବ ନାଲି ମାର୍କ

22

କନକ ବ୍ୟୁରୋ :  ଅଫଲାଇନ ପରେ ଅନଲାଇନକୁ ନବୀନଙ୍କ ଗୁରୁତ୍ୱ । ଏଣିକି ସୋସିଆଲ ମିଡିଆରେ ସକ୍ରିୟ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସୋସିଆଲ ମିଡିଆ ଅର୍ଥାତ ଫେସବୁକ୍ ଓ ଟୁଇଟର ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ କରିବେ । ଆଜି ସଚିବାଳୟରେ ସୋସିଆଲ ମିଡିଆ ଗ୍ରୀଭାନ୍ସ ସେଲ ଆପ୍ ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସମସ୍ୟାକୁ ୨୪ରୁ ୪୮ ଘଂଟା ମଧ୍ୟରେ ସମାଧାନ ପାଇଁ ଉଦ୍ୟମ କରିବେ । ଆଉ ସମାଧାନର ଦାୟିତ୍ୱ ନେବେ ବିଭାଗୀୟ ଅଧିକାରୀ , ଜିଲ୍ଲାପାଳ ଓ ଏସପି ।

ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନେତାଙ୍କ ପରେ ପାଳି ପଡିଛି ଆଇଏଏସ ଅଫିସରଙ୍କର । ପ୍ରଶାସନିକ ଅଧିକାରୀଙ୍କ ପରଫରମାନ୍ସକୁ ନବୀନ ରଖିବେ ଫୋକସରେ । ଦକ୍ଷତା ଆଉ କାର୍ଯ୍ୟକୁ ନେଇ ଦେବେ ମାର୍କ । ଯେଉଁ ଅଫିସର ଭଲ କାମ କରିବେ ସେମାନଙ୍କୁ ମିଳିବ ଗ୍ରୀନ ମାର୍କ । ଆଉ ଯିଏ ଆଶାନୁରୂପକ କାମ ନକରିବେ ସେହି ଅଫିସରଙ୍କୁ ମିଳିବ ରେଡ ମାର୍କ । ଅର୍ଥାତ ବାବୁଙ୍କୁ ନବୀନ ଦେଖାଇବେ ନାଲି ପତାକା ।

ଯେତେବେଳେ ନବୀନ ରାଜଧାନୀ ଭୁବନେଶ୍ୱରର ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ନାହାନ୍ତି ଆଉ ଅଭିଯୋଗ ଶୁଣିନାହାନ୍ତି । ଏବେ କିଭଳି ସୋସିଆଲ ମିଡିଆରେ ଲୋକଙ୍କ ସମସ୍ୟାକୁ ସମାଧାନ କରିବେ ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।