ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଗରୁ ବ୍ରହ୍ମପୁରରେ ପୁଲିସ ଛାଉଣୀ : ବିରୋଧ ଭୟରେ ୩୪ ପ୍ଲାଟୁନ୍ ଫୋର୍ସ ମୁତୟନ, ୮ କଂଗ୍ରେସ କର୍ମୀ ଅଟକ

30

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ ଆଗରୁ ବ୍ରହ୍ମପୁରରେ ପୁଲିସ ଛାଉଣୀ କରାଯାଇଛି । ବିରୋଧୀଙ୍କ ବିରୋଧ ଭୟରେ କଡା ସୁରକ୍ଷା ବ୍ୟବସ୍ଥା କରିଛି ବ୍ରହ୍ମପୁର ପୁଲିସ । ଆଗୁଆ ପଦକ୍ଷେପ ନେଇ ୮ କଂଗ୍ରେସ କର୍ମୀଙ୍କୁ ଗିରଫ କରିବା ସହ ବ୍ରହ୍ମପୁର ସହରରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ନବୀନ ଗଂଜାମ ଗସ୍ତାରେ ଯାଇ ତାର୍ଥଯାତ୍ରୀ ଯୋଜନାର ଶୁଭାରମ୍ଭ କରିବେ । ବ୍ରହ୍ମପୁର ରେଳ ଷ୍ଟେସନରୁ ଏହି ଯୋଜନାର ଶୁଭାରମ୍ଭ କରାଯିବ। ଏହାଦ୍ୱାର ବରିଷ୍ଠ ନାଗରିକମାନେ ଉପକୃତ ହେବେ । ଏହାସହ ଆସିକା ଓ ଗୋପାଳପୁରରେ ବିଭିନ୍ନ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବିଶୃଙ୍ଖଳା ହେବାର ଆଶଙ୍କା ଥିବାରୁ ୮ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୁଲିସ ।