ବଢ଼ିଲେ ଭୋଟର, ବାଛିବେ ବିକଳ୍ପ ! ରାଜନୈତିକ ଦଳଙ୍କୁ ଟେନସନ୍, ସମ୍ଭାବନା ଦେଇନପାରିଲେ ବଢ଼ିବ ସଙ୍କଟ ।

ନୂଆ ଭୋଟର କହିଲେ ଯୁବପୀଢ଼ୀଙ୍କୁ ହିଁ ବୁଝାଇଥାଏ । ଚଳିତ ବର୍ଷ ୫ ଲକ୍ଷରୁ ଉଦ୍ଧ୍ୱର୍ ନୂଆ ଭୋଟର ସାମିଲ ହେବା ପରେ କାହାର ଲାଭ ଆଉ କାହାର କ୍ଷତି ହେବ ସେନେଇ ଚାଲିଛି ଅଙ୍କ କଷାକଷି ।

164

କନକ ବ୍ୟୁରୋ: ରାଜ୍ୟରେ ବଢ଼ିଲା ଭୋଟର ସଂଖ୍ୟା । ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ୍ ଦେବେ ୫ ଲକ୍ଷ ୪୮ ହଜାର ୪୫୩ ନୂଆ ଭୋଟର । ସେହିଭଳି ମୋଟ୍ ୩ କୋଟି ୧୮ ଲକ୍ଷ ୭୮୭ ଭୋଟର ଚଳିତ ବର୍ଷ ମତଦାନ ସାବ୍ୟସ୍ତ କରିବେ ବୋଲି ଚୂଡ଼ାନ୍ତ ଭୋଟର ତାଲିକାରେ ଉଲ୍ଲେଖ ରହିଛି । ସେହିଭଳି ଚଳିତ ବର୍ଷ ୪ ଲକ୍ଷ ୧୧ ହଜାର ୫୦୫ ଜଣ ଯୁବ ଭୋଟର ମଧ୍ୟ ଭୋଟ ଦେବାର ଚୂଡ଼ାନ୍ତ ତାଲିକାରୁ ଜଣାପଡ଼ିଛି । ତେବେ ଆସନ୍ତା ନିର୍ବାଚନ ପାଇଁ ଭାତରୀୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ନିର୍ବାଚନୀ କାଉଣ୍ଟଡ଼ାଉନ୍ ।

ମୁଖ୍ୟତଃ ନୂଆ ଭୋଟର କହିଲେ ଯୁବପୀଢ଼ୀଙ୍କୁ ହିଁ ବୁଝାଇଥାଏ । ଚଳିତ ବର୍ଷ ନୂଆ ଭୋଟର ୫ ଲକ୍ଷରୁ ଉଦ୍ଧ୍ୱର୍ ନୂଆ ଭୋଟର ସାମିଲ ହେବା ପରେ କାହାର ଲାଭ ଆଉ କାହାର କ୍ଷତି ହେବ ସେନେଇ ଚାଲିଛି ଅଙ୍କ କଷାକଷି । ରାଜନନୈତିକ ସମୀକ୍ଷକଙ୍କ କହିବା ମୁତାବକ ନୂଆ ଭୋଟର ଯୁବକଙ୍କ ଠାରୁ ହିଁ ଆରମ୍ଭ ହୋଇଥାଏ । ଏବଂ ଯୁବକ ଯୁବତୀ ମାନେ ସର୍ବଦା ଉଚ୍ଚାଭିଳାସୀ ହୋଇଥାନ୍ତି । ଚାକିରୀ ସୁବିଧା ଠାରୁ ଆରମ୍ଭ କରି ଅନେକ ମୈଳିକ ସୁବିଧାକୁ ପାଇବା ପାଇଁ ଆଗ୍ରହୀ ଥାନ୍ତି । ତେଣୁ ଏହି ସବୁ ସମ୍ଭାବନାକୁ ପୂରଣ କରି ପାରିବା ରାଜନୈତିକ ଦଳକୁ  କ୍ଷମତା ଆସନ ଦେବାରେ ଭୂମିକା ନିର୍ବାହ କରିବେ ନୂଆ ଭୋଟର । ଯାହାକି ଏବେ ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ସେପଟେ ୫ଲକ୍ଷରୁ ଉଦ୍ଧ୍ୱର୍ ଯୁବ ଭୋଟରଙ୍କୁ କିଏ ଆକୃଷ୍ଟ କରିପାରିବ ସେନେଇ ଏବେଠାରୁ ଅଣ୍ଟା ଭିଡ଼ିଲେଣି ଉଭୟ ଶାସକ ଓ ବିରୋଧୀ ଦଳ । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କିଏ କେତେ ପ୍ରକାର ପ୍ରଚାର କରି ଭୋଟରଙ୍କୁ ନିଜ ଆଡ଼କୁ ଢ଼ଳାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ଯୁବ ଭୋଟର କାହା ପାଇଁ ଟ୍ରମ୍ପ କାର୍ଡ଼ ସାଜିବେ ଏବେ କାହାକୁ କ୍ଷମତାର ଡ଼ୋରୀ ଦେବେ ତାକୁ ନେଇ ଏବେ ଶାସକ ଓ ବିରୋଧୀ ମାନସ ମନ୍ଥନ ଆରମ୍ଭ ହୋଇଛି ।