ଆଗୁଆ ହୋଇପାରେ ସାଧାରଣ ନିର୍ବାଚନ! ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

33

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଆଗାମୀ ସାଧାରଣ ନିର୍ବାଚନରେ କେତେ ଅର୍ଥ ଖର୍ଚ୍ଚ ହେବ ସେ ହିସାବ ଦେବାକୁ ଜିଲ୍ଲାପାଳଙ୍କୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାସହ ରାଜ୍ୟର ସମସ୍ତ ଜିଲ୍ଲାରେ ହେବାକୁଥିବା ସାଧାରଣ ନିର୍ବାଚନ ପାଇଁ ବୁଥରେ ପୋଲିଂ ପାର୍ଟିର ଯାତାୟତ ଓ ବୁଥ ଖର୍ଚ୍ଚର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁରେନ୍ଦ୍ର କୁମାର ।

କେବଳ ଏତିକି ନୁହେଁ ନିର୍ବାଚନକୁ କିଭଳି ଶାନ୍ତିଶୃଙ୍ଖଳା ସହ ସମାପନ କରିହେବ ସେନେଇ ଆବଶ୍ୟକୀୟ ଭିତ୍ତିଭୂମି ବିଷୟରେ ଚିଠି ଦ୍ୱାରା ସମସ୍ତ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ଅବଗତ କରାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ପ୍ରତି ଜିଲ୍ଲାରେ ଷ୍ଟ୍ରଙ୍ଗ ରୁମର ତିଆରି କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ପୂର୍ବରୁ ଷ୍ଟ୍ରଙ୍ଗ ରୁମର ସ୍ଥିତି କଣ ରହିଛି ତାହା ମଧ୍ୟ ଜଣାଇବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ତେବେ ଆସନ୍ତା ସାଧରଣ ନିର୍ବାଚନରେ ଭୋଟ ପ୍ରକ୍ରିୟା VVPAT ପ୍ରକିୟାରେ ଭୋଟ ଗ୍ରହଣ କରାଯିବ ବୋଲି ମଧ୍ୟ ଚିଠିରେ ଦର୍ଶାଯାଇଛି । ଯଥାଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ କାର୍ଯ୍ୟଶେଷ କରି ରିପୋର୍ଟ ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।