ତିହାର ଜେଲରୁ ମୋଦିଙ୍କୁ ଟାର୍ଗେଟ କଲେ ପୂର୍ବତନ ଅର୍ଥମନ୍ତ୍ରୀ । କହିଲେ ବେରୋଜଗାର,ଚାକିରି ସଙ୍କଟ ,ଭିଡ଼ତନ୍ତ୍ର ହତ୍ୟାକୁ ଛାଡିଦେଲେ ସବୁ ଭଲ ଅଛି

473

କନକ ବ୍ୟୁରୋ : ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ତିହାଡ ଜେଲରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ମୋଦିଙ୍କ ହାଓଡି ମୋଦି କାର୍ଯ୍ୟକ୍ରମକୁ ବି ସମାଲୋଚନା କରଛନ୍ତି । ସେ କହିଛନ୍ତି ବେରୋଜଗାର,ଚାକିରି ଉପରେ ସଙ୍କଟ ଭିଡ଼ତନ୍ତ୍ର ହତ୍ୟା, କାଶ୍ମୀର ପ୍ରସଙ୍ଗ ଓ ବିରୋଧୀଙ୍କୁ ଜେଲରେ ଭର୍ତି କରିବା ଛାଡିଦେଲେ ଭାରତରେ ସବୁ ଭଲ । ଆଜି ତିହାଡ ଜେଲରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଚିଦାମ୍ବରମଙ୍କୁ ଭେଟିବା ପରେ କିଛି ଏହିପରି ଟୁଇଟ କରିଛନ୍ତି ପି.ଚିଦାମ୍ବରମ ।

The Indian Express

ଗତକାଲି ହୁଷ୍ଟନରେ ଆୟୋଜିତ ହାଓଡି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡିଆରେ କହିଥିଲେ ଯେ ଭାରତରେ ସବୁ ଭଲ ଅଛି । ଏହାକୁ ନେଇ ଆଜି ଚିଦାମ୍ବରମ ଏଭଳି ଟିପ୍ପଣୀ କରିଛନ୍ତି । ପି.ଚିଦାମ୍ବରମଙ୍କୁ ସୋନିଆ ଓ ମନମୋହନ ଭେଟିବା ସମୟରେ ପୁଅ କାର୍ତି ଚିଦାମ୍ବରମ ବି ଉପସ୍ଥିତି ଥିଲେ । ସୋନିଆ ଓ ମନମୋହନ ଚିଦାମ୍ବରମଙ୍କୁ ଜେଲକୁ ଭେଟିବାକୁ ଯାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପୁଅ କାର୍ତି । ଆଇଏନଏକ୍ସ ମିଡିଆ ମାମଲା ଓ ମନି ଲଣ୍ଡ୍ରିଙ୍ଗ ମାମଲାରେ ଗତ କିଛି ଦିନ ତଳେ ଗିରଫ ହୋଇ ତିହାଡ ଜେଲରେ ଅଛନ୍ତି ପି.ଚିଦାମ୍ବରମ ।