ମୋଦି ସରକାରଙ୍କ ଉପରେ ବର୍ଷିଲେ ଚିଦାମ୍ବରମ! ସବୁ ଘୋଷଣା ସରିବା ପରେ ହେବ ନିର୍ବାଚନ ତାରିଖ ଘୋଷଣା

23

କନକ ବ୍ୟୁରୋ : ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେଉଥିବାରୁ ମୋଦି ସରକାର ଓ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ । ଚିଦାମ୍ବରମ ଟ୍ୱିଟ କରିଛନ୍ତି. ନିର୍ବାଚନ କମିଶନ ଛୁଟିରେ ଅଛନ୍ତି, ଯେତେବେଳେ ଗୁଜୁରାଟ ସରକାର ସମସ୍ତ ପ୍ରକାର ଘୋଷଣା କରିସାରିବା ପରେ ସେ ନିର୍ବାଚନ ତାରିଖ ଘୋଷଣା କରିବେ ବୋଲି ତାଚ୍ଛଲ୍ୟ କରିଛନ୍ତି ।

ଏତିକିରେ ଚୁପ ରହିନାହାନ୍ତି ଚିଦାମ୍ବରମ । ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଧିକାର ଦେଇଛନ୍ତି ଯେ ମୋଦି ତାଙ୍କ ଶେଷ ସଭାରେ ନିର୍ବାଚନ ତାରିଖ ଘୋଷଣା କରିବେ ଏବଂ ଏନେଇ ନିର୍ବାଚନ କମିଶନଙ୍କୁ ଅବଗତ କରାଇବେ । ସେପଟେ ଚିଦାମ୍ବରମଙ୍କ ଟ୍ୱିଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି । ନିର୍ବାଚନକୁ ନେଇ ଚିଦାମ୍ବରମ ଓ କଂଗ୍ରେସ ଦଳ ଭୟଭୀତ ଥିବା ଜଣାପଡୁଛି ।

ଏଠାରେ କହିରଖୁକି ଗତ ସପ୍ତାହରେ ନିର୍ବାଚନ କମିଶନ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ତାରିଖ ଘୋଷଣା କରିଥିବା ବେଳେ ଗୁଜୁରାଟ ପାଇଁ ତାରିଖ ଘୋଷଣା କରିନଥିଲେ । ନଭେମ୍ବର ୯ରେ ନିର୍ବାଚନ ହେବ କିନ୍ତୁ ଭୋଟ ଗଣନା ଡିସେମ୍ବର ୧୮ରେ ହେବ । ଭୋଟିଂ ଓ ଗଣତି ଭିତରେ କାହିଁକି ୪୦ଦିନ ବ୍ୟବଧାନ ରଖାଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏଥିରୁ ଜଣାପଡୁଛି ଗୁଜୁରାଟ ନିର୍ବାଚନ ଡିସେମ୍ବର ୧୮ ପୂର୍ବରୁ ହେବ ଏବଂ ଏଳାସାଙ୍ଗରେ ଦୁଇଟି ରାଜ୍ୟର ଗଣନା କରାଯିବ । କଂଗ୍ରେସ ଆରୋପ କରିଛି ନିର୍ବାଚନୀ ଘୋଷଣା ପାଇଁ ଗୁଜୁରାଟ ସରକାରକୁ ସମୟ ଦିଆଯାଉଛି ।