ଫିଙ୍ଗନ୍ତୁ ନାହିଁ କାବୁଲି ବୁଟ ପାଣି ! ପ୍ରତିଦିନ ପିଇଲେ ଏହି ୫ ଟି ବଡ଼ ସମସ୍ୟାରୁ ମିଳିବ ମୁକ୍ତି

187

ରୋଷେଇ ଘରେ ଏମିତି କିଛି ଜିନିଷ ଥାଏ ଯାହା କେବଳ ଖାଦ୍ୟର ସ୍ୱାଦ ବଢାଇ ନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ସେହିଭଳି ଏକ ଖାଦ୍ୟ ହେଉଛି କାବୁଲି ବୁଟ । ସମସ୍ତେ ଜାଣନ୍ତି କାବୁଲି ବୁଟ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । କିନ୍ତୁ କାବୁଲି ବୁଟର ପାଣି ଯେ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଖୁବ୍ କମ୍ ଲୋକ ଜାଣନ୍ତି । ଏବେ ନଜର ପକାନ୍ତୁ କାବୁଲି ବୁଟ ପାଣିର ୫ ଟି ଫାଇଦା ଉପରେ । ଯାହାକୁ ଜାଣିଲେ ଆପଣ ମଧ୍ୟ ଭିଜା ହୋଇଥିବା କାବୁଲି ବୁଟର ପାଣିକୁ ନଫିଙ୍ଗି ପ୍ରତିଦିନ ଏହାକୁ ପିଇବା ଆରମ୍ଭ କରିଦେବେ ।

45.-Chickpeasଦୁର୍ବଳ ଲାଗି ନଥାଏ :
କାବୁଲି ବୁଟ ପାଣିରେ ପ୍ରଚୁର ପରିମାଣର ଆଇରନ୍ ଥାଏ । ଏହାକୁ ପ୍ରତିଦିନ ପିଇଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।

କୋଲେଷ୍ଟ୍ରଲ୍ ସ୍ତର କମ୍ ହୋଇଥାଏ :
କାବୁଲି ବୁଟ ପାଣି ହୃଦ ଜନିତ ଅନେକ ସମସ୍ୟା ଦୂର କରିଥାଏ । କେବଳ ସେତିକି ନୁହେଁ ଏହି ପାଣି ପିଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍ ମାତ୍ରା ମଧ୍ୟ କମିଥାଏ ।

ମାଂସପେଶୀ ମଜଭୂତ ହୋଇଥାଏ :
ଏହି ପାଣି ପିଇଲେ ସାଂସପେଶୀ ମଜଭୂତ ହୋଇଥାଏ । ତେଣୁ ଭିଜା ହୋଇଥିବା କାବୁଲି ବୁଟର ପାଣି ନଫିଙ୍ଗି ପ୍ରତିଦିନ ଏହାକୁ ପିଅନ୍ତୁ ।

ଓଜନ ନିୟନ୍ତ୍ରିତ ରହିଥାଏ :
ଏହି ପାଣିରେ ପ୍ରଚୁର ପରିମାଣର ଫାଇବର୍ ରହିଥାଏ । ତେଣୁ ପ୍ରତିଦିନ ଏହି ପାଣି ପିଇଲେ ଓଜନ ନିୟନ୍ତ୍ରିତ ରହିଥାଏ ।

ଚୁଟି ଝଡିବା କମିଥାଏ :
ଏହି ପାଣିରେ ଜିଙ୍କ୍ ଏବଂ କପର୍ ରହିଥାଏ । ଯାହା ଚୁଟି ଝଡିବା କମ୍ କରିବା ସହ ଚେହେରାରେ ମଧ୍ୟ ଚମକ ଆଣିଥାଏ ।