ମଞ୍ଚରେ ମନ୍ତ୍ରୀ ଖାଇଲେ ମାଂସ : ଲୋକଙ୍କୁ ଗୁଜବରୁ ଦୂରେଇ ରହିବା ପାଇଁ ମଞ୍ଚରେ ମନ୍ତ୍ରୀ ଖାଇଲେ ଚିକେନ୍ ।

538

ତେଲେଙ୍ଗାନା କୁକୁଡ଼ା ପ୍ରଜନକ ସଂଘ ଏବଂ ତେଲେଙ୍ଗାନା କୁକୁଡ଼ା ଫେଡେରେସନ୍ ପକ୍ଷରୁ ଗତକାଲି ଜାତୀୟ ଅଣ୍ଡା ସମନ୍ୱୟ କମିଟି ଏକ କୁକୁଡ଼ା ଏବଂ ଅଣ୍ଡା ମେଳା ଆୟୋଜନ କରିଥିଲା । ଏହି ମେଳା ଏକ ବିଶେଷ କାରଣ ଯୋଗୁଁ ଆୟୋଜନ କରାଯାଇଥିଲା । ଅଣ୍ଡା ଏବଂ ଚିକେନ୍ ଖାଇବା ଦ୍ୱାରା କରୋନା ଭାଇରସ୍ ତଥା କୋଭିଡ୍ -୧୯ ସଂକ୍ରମଣ ହୋଇପାରେ ବୋଲି ଲୋକଙ୍କ ମନରେ କିଛି ଦିନ ହେଲା ଭୟ ସୃଷ୍ଟି ହୋଇଥିଲା ।

ଯାହାଦ୍ୱାରା ଚିକେନ୍ ଏବଂ ଅଣ୍ଡା ବିକ୍ରୟରେ ମଧ୍ୟ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡୁଥିଲା । ତେବେ ଶୁକ୍ରବାର ଆୟୋଜିତ ହୋଇଥିବା ଏହି ପ୍ରୋଗ୍ରାମରେ ପ୍ରାୟ ୨୦,୦୦୦ ଲୋକ ଅଣ୍ଡା ଏବଂ ଚିକେନ୍ ପ୍ରସ୍ତୁତି ଖାଦ୍ୟ ଖାଇଥିବାର ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କେ.ରାମା ରାଓ, ପଶୁପାଳନ ତଲାସାନି ଶ୍ରୀନିବାସ ଯାଦବ ଏବଂ ସାଂସଦ ରଣଜିତ୍ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମରେ ଅତି କମରେ ୬,୦୦୦ କିଲୋଗ୍ରାମ ଚିକେନ୍ ଏବଂ ୨୨,୦୦୦ ଅଣ୍ଡା ବଣ୍ଟନ କରାଯାଇଥିଲା ।

ମନ୍ତ୍ରୀ କେ.ରାମା ରାଓ କାର୍ଯ୍ୟକ୍ରମରେ , “କରୋନାଭାଇରସ୍ ଏବଂ ଚିକେନ୍ ସଂଯୁକ୍ତ ନୁହେଁ ବୋଲି କହିଥିଲେ । ମୋ ପରିବାର ଏପରିକି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରତିଦିନ ଚିକେନ୍ ଏବଂ ଅଣ୍ଡା ଖାଉଛନ୍ତି ବୋଲି ସେ କହିଥିଲେ । ତେବେ ଅନ୍ୟମାନଙ୍କ ସହ ମିଶି ଶ୍ରୀ ରାମା ରାଓ ମଞ୍ଚରେ କିଛି ଚିକେନ୍ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଖାଇଥିଲେ ଏବଂ ଲୋକଙ୍କୁ ‘ମିଥ୍ୟା ପ୍ରଚାର’ ରୁ ଦୂରେଇ ରହିବା ପାଇଁ କହିଥିଲେ । ଆପଣଙ୍କୁ କହିରଖୁଛୁ ଏହି ଗୁଜବ ପାଇଁ ତେଲେଙ୍ଗାନାରେ ବ୍ୟବସାୟୀ ୫୦୦ କୋଟିର କ୍ଷତି ସହିଲେଣି ।