ସ୍ୱାମୀ ଅସଲି କି ନକଲି ଜାଣିବା ପାଇଁ ସ୍ତ୍ରୀ ମାଗିଲେ ଆଧାର କାର୍ଡ ! ସ୍ତ୍ରୀଙ୍କୁ ସ୍ୱାମୀଙ୍କ ଉପରେ ଥିଲା ସନ୍ଦେହ ।

23

ବିବାହ ଏବଂ ବିବାହ ପରର ଝଗଡା କାହା ଘରେ ଅବା ହୋଇନଥାଏ । କିନ୍ତୁ କିଛି ପରିବାରରେ ଏଭଳି ଝଗଡା ହୁଏ ଯାହାକୁ ଶୁଣି ସମସ୍ତେ ଅବାକ୍ ହୋଇଯାଆନ୍ତି । ଏଭଳି ଏକ ବୈବାହିକ ଦମ୍ପତିଙ୍କ ଝଗଡା ସମସ୍ତଙ୍କୁ ନାକେଦମ୍ କରିଦେଇଥିଲା ।ମଧ୍ୟପ୍ରଦେଶର ଛିନ୍ଦବାଡା ଗ୍ରାମରେ ଘଟିଛି ଏଭଳି ଏକ ଘଟଣା । ବିବାହକୁ ପୁରିଲାଣି ଦୁଇ ବର୍ଷ କିନ୍ତୁ ସ୍ତ୍ରୀ କହୁଛନ୍ତି ବିବାହ ସମୟରେ ସ୍ୱାମୀଙ୍କ ମୁହଁ ଘୋଡା ଯାଇଥିଲା ଯେଉଁଥିପାଇଁ ସେ ସ୍ୱାମୀଙ୍କୁ ଦେଖି ପାରିନଥିଲେ । ଯେଉଁଥିପାଇଁ ସେ ଜାଣିବାକୁ ଚାହୁଁଛନ୍ତି ଯେ ସେ ଯାହାକୁ ବିବାହ କରିଛନ୍ତି ସେ ତାଙ୍କ ଅସଲି ସ୍ୱାମୀ ନା ଆଉ କିଏ । ତେଣୁ ସେ ସ୍ୱାମୀଙ୍କୁ ଆଧାର କାର୍ଡ ମାଗିଛନ୍ତି ଏବଂ ଦୁଇବର୍ଷ ପର୍ଯ୍ୟନ୍ତ ତାଙ୍କ ସହ ସ୍ୱାମୀ ସ୍ତ୍ରୀ ସଂପର୍କ ରଖିନାହାନ୍ତି ।

ଏପଟେ ସ୍ତ୍ରୀଙ୍କର ଏଭଳି ବ୍ୟବହାରରେ ଅତିଷ୍ଠ ହୋଇଗଲେଣି ସ୍ୱାମୀ । ତାଙ୍କ କହିବାନୁସାରେ ମୁଁ ଯେତେବେଳେ ସଂପୂର୍ଣ୍ଣ ରୀତିନୀତିରେ ବିବାହ କରିଛି ତେବେ ଆଧାର କାର୍ଡ କାହିଁକି କରିବି । ତେବେ ଏହି ମାମଲା ଯେତେବେଳେ ପରାମର୍ଶ କେନ୍ଦ୍ର ପହଞ୍ଚିଥିଲା ସେତେବେଳେ ଜୁରି ତାଙ୍କୁ ସାଙ୍ଗରେ ରହିବା ପାଇଁ ପରାମର୍ଶ ଦେବାକୁ କହିଥିଲେ ଏବଂ ସ୍ୱାମୀଙ୍କୁ ଆଧାର କାର୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଧାର କାର୍ଡ ହେବା ପରେ ହିଁ ଦୁହିଁଙ୍କ ମଧ୍ୟରେ ସାଂସାରିକ ସଂପର୍କ ଆଗକୁ ବଢିବ ବୋଲି ପତ୍ନୀ ସିଧାସିଧା କହିଛନ୍ତି ।