ଭୁବନେଶ୍ୱର ପହଞ୍ଚିଲେ ଛେତ୍ରୀ ସେନା ! ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଜାମସେଦପୁର ଏଫସି ବିପକ୍ଷରେ ଫୁଟବଲ୍ ମ୍ୟାଚ୍

48

କନକ ବ୍ୟୁରୋ: ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଜାମସେଦପୁର ଏଫସି ବିପକ୍ଷ ମ୍ୟାଚ୍ ଲାଗି ଶୁକ୍ରବାର ସଂଧ୍ୟାରେ ବେଙ୍ଗାଲୁରୁ ଏଫସି ଭୁବନେଶ୍ୱର ପହଞ୍ଚିଛି । ସଂଧ୍ୟାରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ବେଙ୍ଗାଲୁରୁ ଦଳ ଭୁବନେଶ୍ୱର ପହଞ୍ଚିବା ପରେ ସିଧାସଳଖ ହୋଟେଲ୍ ପାଲ ହାଇଟକୁ ଯାଇଥିଲେ । ବିମାନବନ୍ଦର ଏବଂ ହୋଟେଲ୍ ବାହାରେ ଫୁଟବଲ ପ୍ରେମୀମାନେ ବିଶେଷ କରି ଭାରତୀୟ ଦଳ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ଦେଖିବାକୁ ଉତ୍ସୁକତା ଦେଖାଇଥିଲେ ।

ଏକମାତ୍ର ଦଳ ଭାବେ ବେଙ୍ଗାଲୁରୁ ଏଫସି ସଂପ୍ରତି ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିବା ସହିତ ସେମିଫାଇନାଲ୍ ଯୋଗ୍ୟତା ଅର୍ଜ୍ଜନ କରି ସାରିଥିବାରୁ ଭୁବନେଶ୍ୱରରେ ବିନା ଚାପରେ ଖେଳିବ ବୋଲି ଆଶା କରାଯାଉଛି। ରବିବାର ମ୍ୟାଚ୍ ଜାମସେଦପୁର ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ । ଆଜି ପୂର୍ବାହ୍ନ ୧୦ଟାରେ ଜାମସେଦପୁର ଏଫ୍ସି ଏବଂ ଅପରାହ୍ଣ ୫ଟାରେ ବେଙ୍ଗାଲୁରୁ ଏଫ୍ସି ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି । ରବିବାର ରାତି ୮ଟାରେ ଏହି ମ୍ୟାଚ୍ ସହିତ ଆଇଏସଏଲ୍ ଓଡ଼ିଶା ପଦାର୍ପଣ କରିବ।

ବେଙ୍ଗାଲୁରୁ ଏଫ୍ସି ଦଳ: ସୁନୀଲ ଛେତ୍ରୀ (ଅଧିନାୟକ), ଅଭ୍ର ମଣ୍ଡଳ, ଗୁରୁପ୍ରୀତ ସିଂହ, ଲାଲଥୁଆମାଓ୍ଵିଆ ରାଲଟେ, ବୋଇଥାଙ୍ଗ ହାଓପିକ୍, କଲିନ୍ ଆବ୍ରାଞ୍ଚେସ୍, ହରମନଜ୍ୟୋତ ଖବ୍ରା, ଜନ୍ ଜନସନ୍, ଜୁଆନ୍, ନିଶୁ କୁମାର, ରାହୁଲ ଭିକେ, ସୁଭାଶିଷ ବୋଷ୍, ଅଲଓ୍ଵିନ୍ ଜର୍ଜ, ଟୋନି ଦୋଭାଲେ, ଡାନିଏଲ୍ ସେଗୋଭିଆ, ଦିମାସ ଦେଲଗାଡୋ, ଏଡୁ ଗର୍ସିଆ, ଏରିକ୍ ପାର୍ତାଲୁ, ଲେନି ରୋଡ୍ରିଗେଵଜ୍, ମାଲସମଜୁଆଲା, ଜୋମିଙ୍ଗଲିଆନା ରାଲଟେ, ଡାନିଏଲ୍ ଲାଲହିମପୁଇଆ, ମିକୁ, ସେମ୍ବୋଇ ହାଓକିପ୍, ଉଦନ୍ତା ସିଂହ। ଆଲବର୍ଟ ରୋକା (ମୁଖ୍ୟ ପ୍ରଶିକ୍ଷକ) ।