କନକ ବ୍ୟୁରୋ : ମହାନଦୀରେ ବହିପାରେ ବନ୍ୟାପାଣି । ପୁଣି ଥରେ ଛତିଶଗଡ ସରକାରଙ୍କ ମନମାନୀ ଓଡିଶା ପାଇଁ ଭାରି ପଡିବ । କାରଣ ମହାନଦୀର ଉପରମୁଣ୍ଡରେ ଥିବା କଲମା ବ୍ୟାରେଜର ୬୬ଟି ଗେଟ ମଧ୍ରରୁ ୪୬ଟି ଗେଟ ଖୋଳଇ ସାରିଛି ଛତିଶଗଡ । ଏବେ ଶୁଦ୍ଧା ୭ହଜାର ୮ଶହ କ୍ୟୁସେକ ଜଳ ଛତିଶଗଡ ମହାନଦୀକୁ ଛାଡି ସାରିଛି । ସବୁଠାରୁ ବଡ କଥା ହେଉଛି ଓଡିଶା ସରକାରଙ୍କୁ ଅନ୍ଧାରରେ ରଖି ଛତିଶଗଡ ମନଇଚ୍ଛା ବ୍ୟାରେଜର ଗେଟ୍ ଖୋଲୁଛି । ଏଶୁ ଆଗକୁ ବର୍ଷା ବଢିଲେ ମହାନଦୀରେ ବନ୍ୟା ଦେଖାଯିବାର ଆଶଙ୍କା ବଢି ଯାଇଛି ।

ଏବେ ନଜର ପାକନ୍ତୁ ଛତିଶଗଡରେ କଲମା ବ୍ୟାରେଜ୍ ଗେଟ୍ ଖୋଲାଯିବା ପରେ ହୀରାକୁଦ ନଦୀବନ୍ଧ ଉପରେ କଣ ପ୍ରଭାବ ପଡିଛି ।

ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ଫୁଟ । ଏବେ ଡ୍ୟାମରେ ରହିଛି ୫୯୮ଫୁଟ ଜଳ । ଛତିଶଗଡରୁ ୭ହଜାର ୮ଶହ କ୍ୟୁସେକ ଜଳ ପ୍ରବାହିତ ହେବା ପରେ ହୀରାରକୁଦରେ ଜଳସ୍ତର ବୃଦ୍ଧି ହେବା ସ୍ୱଭାବିକ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୧୪ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଆଗକୁ ବର୍ଷା ବଢିଲେ ସ୍ଥିତି ବିଗଡିବାର ସମ୍ଭାବନା ରହିଛି ।

ମହାନଦୀକୁ ନେଇ ଓଡିଶା ଛତିଶଗଡ ସରକାରଙ୍କ ମଧ୍ୟରେ ରାଜନୈତିକ ବିବାଦ ଥମିବାର ନାଁ ନେଉନି । ଏସବୁ ଭିତରେ ବିବାଦ ବନ୍ୟାର ରୂପ ନେଇ ବିପଦ ବଢାଇବାର ଆଶଙ୍କା ସ୍ଥତିକୁ ଆହୁରି ଜଟିଳ କରିଛି ।