ନୂଆ ଭୋଟରଙ୍କ ପାଇଁ ବିଜେପିର ନୂଆ ରଣନୀତି ! ଅଭିଯାନର ନାମ ‘ମୋଦିଙ୍କୁ ଯିବ ମୋର ପ୍ରଥମ ଭୋଟ୍’

342

କନକ ବ୍ୟୁରୋ : ନୂଆ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପିର ନୂଆ ରଣନୀତି । ଏଥିପାଇଁ ବିଜେପି ଯୁବମୋର୍ଚ୍ଚା ଉପରେ ଦିଆଯାଇଛି ସମସ୍ତ ଦାୟିତ୍ୱ । ବିଜେପି ଯୁବ ମୋର୍ଚ୍ଚା ଅଭିଯାନର ନାରା ରଖିଛନ୍ତି, ମୋଦିଙ୍କୁ ମୋର ପ୍ରଥମ ଭୋଟ୍ । ନିକଟରେ ୩ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜିତ ହୋଇଛି । ପରାଜୟ ଯୋଗୁଁ ଭୟଭୀତ ହୋଇ ନୂଆ ଭାବରେ ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟକତ୍ତାଙ୍କୁ ପରାମର୍ଶ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ସପକ୍ଷରେ ମାହୋଲ ଆରି କରିବା ପାଇଁ ଯୁବଶକ୍ତିଙ୍କୁ ପୁଣି ଥରେ ସକ୍ରିୟ କରିବା ପାଇଁ ଯୋଜନା ପ୍ରସ୍ତୁତି କରୁଛନ୍ତି କେନ୍ଦ୍ର ସରକାର ।


କେନ୍ଦ୍ରୀୟ ସଂଗଠନ ଯୁବ ମୋର୍ଚ୍ଚାଙ୍କ ପାଇଁ ମହତ୍ୱପୂର୍ଣ୍ଣ ଗାଇଡ଼୍ ଲାଇନ୍ ଜାରି କରଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୮ ବର୍ଷିୟ ନୂଆ ଯୁବ ଭୋଟରଙ୍କୁ ସମ୍ପର୍କ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଆଉ ଏହି ସମୟରେ ଯୁବ ଭୋଟରଙ୍କୁ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ସମ୍ମନ୍ଧରେ ସୂଚନା ଦିଆଯିବ । ଆଉ ଏହି ସମୟରେ ବିଜେପିକୁ ଭୋଟ ଦେବା ପାଇଁ ଅପିଲ୍ କରାଯିବ । କେନ୍ଦ୍ର ସରକାରଙ୍କ ଷ୍ଟାଟ୍ ଅପ୍ ଯୋଜନା ବିଷୟରେ ଅଧିକ ଚର୍ଚ୍ଚା କରାଯିବ । ଏହା ବ୍ୟତୀତ ଅନଲାଇନ୍ ଟ୍ରେଡ଼ିଂକୁ ନେଇ ଯୁବଗୋଷ୍ଠୀଙ୍କ ବିଷୟରେ ଆଲୋଚନା କରାଯିବ ।