ଖୋଲିବ କାଉନସିଲର ଲକ୍ଷ୍ମୀ ଦତ୍ତ ହତ୍ୟାକାଣ୍ଡର ରହସ୍ୟ : ମୁଖ୍ୟ ଷଡଯନ୍ତ୍ରକାରୀ କୃଷ୍ଣ ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

40

କନକ ବ୍ୟୁରୋ : ଖୋଲିବ ଗଞ୍ଜାମ ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡର ରହସ୍ୟ । ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କୃଷ୍ଣ ନାୟକ ଓ ଦୁଯ୍ୟୋଧନ ରେଡ୍ଡୀଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଗଞ୍ଜାମ ପୋଲିସ୍ । ଡେରାଡୁନରୁ ଗିରଫ ହୋଇଥିବା ଏହି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ୍ । ସେପଟେ ଏହି ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନି । ବିଭିନ୍ନ ରାଜନୈତିକ ଦଳ ଭିତରେ ଲାଗି ରହିଛି ବୟାନବାଜି ।