ରିମାଣ୍ଡରେ ଯିବେ ଛତ୍ରପୁର କାଉନସିଲର ହତ୍ୟା ମାମଲାର ୨ ମୁଖ୍ୟ ଅଭିଯୁକ୍ତ ! ଗତକାଲି ଗିରଫ କରିଥିଲା ପୋଲିସ

19

କନକ ବ୍ୟୁରୋ : ରିମାଣ୍ଡରେ ଯିବେ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତ । ଏହି ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ । ଏଥିପାଇଁ ଗଞ୍ଜାମ ପୋଲିସକୁ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ । ଆସନ୍ତା ୩୧ ତାରିଖରୁ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ । ଗତକାଲି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଗତକାଲି ଗରିଫ ହେବା ପରେ ବିଜେପି ମୁଖପାତ୍ର ଗୋଲକ ନାୟକଙ୍କ ନାଁ ସାମ୍ନାକୁ ଆସିଥିଲା । ହତ୍ୟାକାଣ୍ଡ ପରେ କେଉଁଠି ରହିବେ ଆଉ ମାମଲାରୁ କେମିତି ମୁକୁଳିବେ ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସାହାଯ୍ୟ ନେଉଥିଲେ ହତ୍ୟା ଅଭିଯୁକ୍ତ କୃଷ୍ଣ ନାୟକ । ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ପୋଲିସ ହାତରେ ଧରାପଡିବା ପରେ ଏହି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଫଳରେ ବିଜେପି ଏବେ ଆସିଛି ବ୍ୟାକଫୁଟକୁ । ହେଲେ ବିଜେପି ମୁଖପାତ୍ର କହିଛନ୍ତି, ଏହା ରାଜନୈତିକ ଆକ୍ରୋଶ ।