ଛତ୍ରପୁର କାଉନିଲର ହତ୍ୟା ଘଟଣା ! ରିମାଣ୍ଡ ଅବଧି ଶେଷ ପରେ ଆଜି କୋର୍ଟରେ ହାଜର ହେବେ ଷଡଯନ୍ତ୍ରକାରୀ କୃଷ୍ଣ ନାୟକ

13

କନକ ବ୍ୟୁରୋ : ଗଞ୍ଜାମ ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣାରେ ଗିରଫ ହୋଇଥିବା ବିଜେପି ନେତା କୃଷ୍ଣ ନାୟକଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ଆଜି ଏସଡିଜେଏମ୍ କୋର୍ଟରେ ହାଜର ହେବେ କୃଷ୍ଣଚନ୍ଦ୍ର ନାୟକ ଏବଂ ଦୁର୍ଯ୍ୟୋଧନ ରେଡ୍ଡି । ଆଜି କୋର୍ଟରେ ହାଜର ହେବା ପରେ ଅଧିକ ପଚରାଉଚରା ପାଇଁ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ ପୁଲିସ୍ । ବିଜେଡି ନେତା ତଥା କାଉନସିଲର ଲକ୍ଷ୍ମୀଦତ ପ୍ରଧାନଙ୍କ ହତ୍ୟା ପରେ ଏମାନେ ଫେରାର ହୋଇଯାଇଥିଲେ । ଏହି ଦୁଇ ଜଣଙ୍କୁ ଉତରାଖଣ୍ଡରୁ ଗିରଫ କରିଥିଲା ଗଂଜାମ ପୁଲିସ । ଗତ ସେପଟେମ୍ବର ମାସ ୧୬ ତାରିଖରେ ସଂଘବଦ୍ଧ ଭାବରେ ଆକ୍ରମଣ କରି ଲକ୍ଷ୍ମୀଦତ୍ତଙ୍କୁ ହତ୍ୟା କରାଯାଇଥିଲା ।