ଋକ୍ତରଞ୍ଜିତ ହେଲା ମା’ଙ୍କ ପୀଠ ! ପ୍ରଶାସନର ବାରଣ ସତ୍ୱେ ପଡିଲା ହଜାର ହଜାର ବଳି

40

କନକ ବ୍ୟୁରୋ : ରକ୍ତରଞ୍ଚିତ ହେଲା ମା’ଙ୍କ ପୀଠ । ପ୍ରଶାସନର କଟକଣାକୁ ଫୁ । ପ୍ରଶାସନର ବାରଣ ସତ୍ୱେ କଳାହାଣ୍ଡି ପ୍ରସିିଦ୍ଧ ମାଣିକେଶ୍ୱରୀ ପୀଠରେ ପଡିଛି ଶହ ଶହ ବଳି । ପୋଲିସ ଉପସ୍ଥିତିରେ ଏହି ବଳି ପଡିଛି । ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିକେଶ୍ୱରୀ ପୀଠରେ ମୁଣ୍ଡବସାଠାରୁ ଆରମ୍ଭ କରି ମହାଷ୍ଟମୀ ଯାଏଁ ସ୍ୱତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ । ମହାଷ୍ଟମୀର ନିଶାର୍ଦ୍ଧ ରାତିରେ ପୋଢବଳି ପରେ ଜେନାଖାଲକୁ ମା’ଙ୍କ ଛତର ଯାଇଥିଲା ।

chhatra yatra 1ମା’ଙ୍କ ଛତରଯାତ୍ରା ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ମାନସିକ ରଖିଥିବା ଲୋକେ ବୋଦା,କୁୁକୁଡା ବଳି ଦେଇଛନ୍ତି । ବଳିରେ ରାଜରାସ୍ତା ରକ୍ତରଞ୍ଜିତ ହୋଇଛି । ପୋଲିସ ଉପସ୍ଥିତିରେ ଭକ୍ତମାନେ ମା’ଙ୍କ ନିକଟରେ ବଳି ପକାଇଥିଲେ ।ସୁରକ୍ଷାଦୃଷ୍ଟିରୁ ମା’ଙ୍କ ପୀଠରେ ସିସିଟିଭି ଲଗାଯାଇଛି ।