ମାଲକାନଗିରି ସୀମାରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ : ନାରାୟଣପୁର କିଲମ୍ ଜଙ୍ଗଲରେ ୭ ନକ୍ସଲ ନିହତ

78

ଛତିଶଗଡ : ଏନକାଉଂଟରରେ ୭ ମାଓବାଦୀ ନିହତ । ଛତିଶଗଡ ନାରାୟଣପୁରରେ ଏନକାଉଂଟରରେ ୭ଜଣ ମାଓବାଦୀ ନିହତ ହୋଇଛି । ଏମାନଙ୍କ ମଧ୍ୟରେ ୩ଜଣ ମହିଳା ମାଓବାଦୀ ରହିଛନ୍ତି । ମୃତ ସମସ୍ତ ମାଓବାଦୀ ଛୋଟେ ଡଙ୍ଗର ଦଳର ମାଓବାଦୀ ବୋଲି ସୂଚନା ମିଳିଛି ।

ଏବେ ମଧ୍ୟ ଡିଆରଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି ଅଭିଶେକ ମୀନା ।