ଛତିଶଗଡର ବିଜାପୁରରେ ଏନକାଉଣ୍ଟର : ମିରତୁର ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ,ତିନି ମାଓବାଦୀ ମୃତ ଓ ୩ ବନ୍ଧୁକ ଜବତ

4

କନକ ବ୍ୟୁରୋ : ଛତିଶଗଡର ବିଜାପୁର ଠାରେ ଏନକାଉଁଟର । ବିଜାପୁରର ମିରତୁର ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଁଟରରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିହତ ନକ୍ସଲଙ୍କ ପାଖରୁ ୩ଟି ବନ୍ଧୁକ ଜବତ କରିଛି ପୁଲିସ । ମିରତୁର ଜଙ୍ଗଲେ ମାଓବାଦୀ ଥିବା ଗୋଇନ୍ଦା ସୂଚନା ପାଇଁ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

 

ପୁଲିସକୁ ଜଙ୍ଗଲରେ ଦେଖିବା ପରେ ଗୁଳିମାଡ କରିଥିଲେ ମାଓବାଦୀ । ପୁଲିସର ପାଲଟା ଗୁଳି ମାଡର କିଛି ସମୟ ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିଲେ । ପୁଲିସ ତିନି ଜଣ ମାଓବାଦୀଙ୍କ ମୃତଦେହ ଜବତ କରିଛି । ମିରତୁର ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି ମୋହିତ ଗର୍ଗ ।

Comments are closed.