ପୁଣି ତେଜିଲା କଲମା କଳି ! ଛତିଶଗଡର ମନମାନି, ଓଡିଶାକୁ ନଜଣାଇ ଖୋଲିଲା ବ୍ୟାରେଜର ୪୬ଟି ଗେଟ୍

57

କନକ ବ୍ୟୁରୋ : ପୁଣି ଛତିଶଗଡର ମନମାନି । ଓଡିଶାକୁ ନଜଣାଇ ଖୋଲୁଛି କଲମା ଗେଟ୍ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଖୋଲିଛି କଲମା ବ୍ୟାରେଜର ୪୬ ଟି ଗେଟ୍ । କଲମା ବ୍ୟାରେଜର ୬୬ଟି ଗେଟରୁ ବର୍ତ୍ତମାନ ୪୬ ଟି ଗେଟ୍ ଖୋଲାଯାଇଛି । ଯାହା ମଧ୍ୟ ଦେଇ ୭ହଜାର ୮୦୦ କ୍ୟୁସେକ୍ ପାଣି ମହାନଦୀକୁ ଛଡାଯାଇଛି ।

ଫଳରେ ଓଡିଶାରେ ବନ୍ୟା ଜଳ ପରିଚାଳନାରେ ବିପଦ ସୃଷ୍ଟି ହୋଇଛି । କଲମା ବ୍ୟାରେଜର ଗେଟ୍ ବନ୍ଦ କରିବାକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଟଣାଓଟରା ଦେଖାଦେଇଥିଲା । ଓଡିଶାର ବାରମ୍ବାର ଦାବି ପରେ ବି ପଡୋଶୀ ସରକାର କଲମା ଗେଟ୍ ଖୋଲିବାକୁ ରୋକଠୋକ୍ ମନା କରିଦେଇଥିଲା ।

ଏବେ ମୌସୁମୀ ଆସିବା ପରେ ଅଧିକ ସଂଖ୍ୟାରେ ଗେଟ୍ ଖୋଲିବାକୁ ନେଇ ବିବାଦ ଦେଖାଦେଇଛି ।ଛତିଶଗଡର ଏଭଳି ମନମାନି ନେଇ ଓଡିଶା ସରକାର କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ଜଣାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।