ଛତିଶଗଡ ନିଶା ବେପାରୀଙ୍କ ଭୂସ୍ୱର୍ଗ ପାଲଟିିଛି ଓଡିଶାର ବଜାର !

33

କନକ ବ୍ୟୁରୋ : ଛତିଶଗଡ ନିଶା ବେପାରୀଙ୍କ ଭୂସ୍ୱର୍ଗ ପାଲଟିିଛି ଓଡିଶାର ବଜାର । ଓଡିଶାର କିଛି ନିଶା ମାଫିଆଙ୍କ ଜରିଆରେ ଚୋରାରେ ଚାଲିଛି କୋରେସ୍କ ବେପାର । ଏଭଳି ପ୍ରମାଣ ଲାଗିଛି ସମ୍ବଲପୁର ପୁଲିସ୍ ହାତରେ । ପୁଣି ସମ୍ବଲପୁର ପୁଲିସ୍ ଦ୍ୱାରା ଆର୍ନ୍ତରାଜୀୟ କୋରେସ୍କ କାରବାରର ପର୍ଦ୍ଦାଫାଶ ହୋଇଛି । ଛତିଶଗଡରୁ ଆସୁଛି କୋରେସ୍କ କଫ୍ସିରଫ, ଓଡିଶାରେ ଚାଲୁଛି ଚୋରା ବେପାର । ଗତ ୨୭ ତାରିଖ ଦିନ ବରଗଡରୁ ଆସୁଥିବା ଏକ ଘରୋଇ ବସ୍କୁ ପୁଲିସ ଯାଁଚ କଲାପରେ ଚୋରାରେ ଯାଉଥିବା ୫୦୪୦ ବୋତଲ କୋରେସ୍କ ଜବତ କରିଛି ।

ଛତିଶଗଡରୁ ବରଗଡ ଭାୟା ସମ୍ବଲପୁର ହୋଇ ରାଜଧାନୀକୁ ଏହା ଚଲାଣ କରାଯାଉଥିବା ପୁଲିସ୍ ସୂଚନା ଦେଇଛି । ଗୋଟିଏ ବୋତଲରେ ୧୦୦ ଏମ୍ଏଲ୍ କୋରେସ୍କ ରହୁଛି । ଗୋଟିଏ କୋରେସ୍କ ବୋତଲ ୨୦୦ ରୁ ୩୦୦ ଟଙ୍କାରେ ବିକ୍ରୀ ହେଉଥିବା ଜଣାପଡିଛି । ଏହି ଚୋରା ବେପାରରେ ଜଡିତ ଥିବା ୩ଜଣଙ୍କୁ ଗିରଫ କରିଛି ପୁଲିସ୍ । ଏହା ସହ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ପୁଲିସ୍ ।