ପାଣି ଲୁଟିଲା ପଡୋଶୀ ! ମହାନଦୀ ପରେ ଇବରୁ ପାଣି ଚୋରି ପାଇଁ ରମଣ ସିଂଙ୍କ ମେଗା ପ୍ରକଳ୍ପ

17

କନକ ବ୍ୟୁରୋ : ମହାନଦୀ ପରେ ଇବ ନଦୀ ଉପରେ ରମଣ ସିଂ ସରକାରଙ୍କ ଆଖି । ଇବରୁ ପାଣି ଲୁଟିବାକୁ ପଡୋଶୀ ଛତିଶଗଡ ଚଳାଇଛି ଷଡଯନ୍ତ୍ର । ପାହାଡ ଉପରେ ଟନେଲ କରି ଛତିଶଗଡର ଗୁଲୁକୁ ଯିବ ଇବ୍ ନଦୀର ପାଣି । ଯାହାର ପ୍ରଭାବରେ ସୁନ୍ଦରଗଡ ଓ ଝାରସୁଗୁଡାରେ ଉତ୍କଟ ହେବ ଜଳ ସଂକଟ । ଏପ୍ରିଲ ମାସରୁ ଶୁଖିଲା ପଡିଲାଣି ଇବ୍ । ଏବେଠାରୁ ଓଡିଶା ସରକାର ସତର୍କ ନହେଲେ ମହାନଦୀ ପରି ଦଶା ଭୋଗିବା ଆଶଙ୍କା କରାଯାଉଛି ।

ଗୁଲୁ ହାଇଡ୍ରୋ ପ୍ରକଳ୍ପ ପାଇଁ ସମସ୍ତ ସୀମା ଟପି ଯାଇଛି ରମଣ ସିଂହ ସରକାର । ଏହି ପ୍ରକଳ୍ପ ପାଇଁ ଇବ୍ ନଦୀର ଗତି ପଥକୁ ବଦଳାଇ ଦିଆଯାଉଛି । ପାହାଡ ଭିତରେ ଟନେଲ କରି ଗୁଲୁକୁ ଯିବ ଇବ୍ ନଦୀ ପାଣି, ଯେଉଁଠି ନିର୍ମାଣ ହେଉଛି ଏହି ୨ଶହ କୋଟିର ବିଶାଳ ପ୍ରକଳ୍ପ । ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ସୁନ୍ଦରଗଡ଼ ଓ ଝାରସୁଗଡ଼ା ଜିଲ୍ଲାରେ ଉକ୍ରଟ ହେବ ସମସ୍ୟା ।

ଅଗଷ୍ଟ ୬, ୨୦୧୬ ରେ ସତର୍କ କରିଥିଲା କନକ ନ୍ୟୁଜ୍ । ପାଣି ଷଡଯନ୍ତ୍ର ପାର୍ଟ-୩, ନା’ରେ କନକ ନ୍ୟୁଜ୍ ଦେଖାଇଥିଲା ଏକ ଏକ୍ସକ୍ଲୁସିଭ୍ ରିପୋର୍ଟ । ଯେଉଁଥିରେ ଛତିଶଗଡ଼ର ମନମାନୀକୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ବି କରିଥିଲା । ହେଲେ ସରକାର କେବଳ ଏକ ଟିମ୍ ବୁଲାଇ ଦେଇ ବୋଧହୁଏ ଚୁପ୍ ବସିଗଲେ ।

ପ୍ରଶ୍ନ ଉଠୁଛି- ଇବ୍ ନଦୀର ଏହି ସଂକଟ ପାଇଁ ଦାୟୀ କିଏ ? କାହିଁକି ଚୁପଚାପ୍ ଦେଖୁଛି ଓଡ଼ିଶା ସରକାର ? କାହିଁକି ୧୭ ବର୍ଷର ଶାସନରେ ଇବ୍ ନଦୀରୁ ୧୭ ଲିଟର ଜଳ ସଂଜୟ କରିଛନ୍ତି କି ରାଜ୍ୟ ସରକାର ?

ଇବ୍ ନଦୀରେ ଆନିକଟ ହେଲେ ଇବ୍ ନଦୀର ଶୁଖିବ, ଏହା ସହ ମହାନଦୀରେ କମିବ ପାଣି । ମହନଦୀର ଉପନଦୀ ହେଉଛି ଇବ୍ । ଇବ୍ ନଦୀ ଦେଖାଦେଇଥିବା ଏହି ସଂକଟ ଓଡ଼ିଶା ପାଇଁ ଏକ ସତର୍କ ଘଂଟି ହୋଇ ସାମ୍ନାକୁ ଆସୁଛି । ଆଉ ଏପଟେ ଓଡ଼ିଶାକୁ ବଡ଼ ଭାଇ କହୁଥିବା ରମଣ ସିଂହ ଇବ୍ ନଦୀରେ ସୃଷ୍ଟି ହୋଇଥିବା ଏହି ସଂକଟ ନେଇ କ’ଣ କରିବେ?