ଜ୍ୟୋତିନନ୍ଦଙ୍କ ଉପରେ ଭାରୀ ପଡିଲେ ଜ୍ୟୋସ୍ନା ! ବିଜୟର ମିଠେଇ ବାଣ୍ଟିବା ପରେ ଏହି ପ୍ରାର୍ଥୀଙ୍କୁ ମିଳିଲା ପରାଜୟର ଖବର

916

ଛତିଶଗଡରେ ବିଜେପି ଜବରଦସ୍ତ ଲେଉଟାଣି କରି ୧୧ ରୁ ୯ ଲୋକସଭା ସିଟରେ କବଜା କରିଛି । ଅନ୍ୟପକ୍ଷରେ କଂଗ୍ରେସ ବସ୍ତର ଏବହ କୋରବା ସିଟ୍ ରୁ ଜିତିିବାରେ ସଫଳ ହୋଇଛି । କିନ୍ତୁ ଏହି ନିର୍ବାଚନରେ କୋରବା ଲୋକସଭା ସିଟରୁ ଗୋଟିଏ କୌତୁହଳପୂର୍ଣ୍ଣ ଖବର ସାମ୍ନାକୁ ଆସିଥିଲା ।

ଏଠାରେ ବିଜେପି ପ୍ରାର୍ଥୀ ଜ୍ୟୋତିନନ୍ଦ ଦୁବେ ସକାଳୁ ଲିଡ୍ ରେ ଚାଲୁଥିଲେ । ସମର୍ଥକ ମଧ୍ୟ ତାଙ୍କୁ ବିଜୟୀ ଭାବରେ ଘୋଷଣା କରିଦେଇଥିଲେ ଏଥିପାଇଁ କାର୍ଯ୍ୟକର୍ତ୍ତା ମିଠା ବାଣ୍ଟିବା ଆରମ୍ଭ କରିଦେଇଥିଲେ । ଫୁଲମାଳ,ବାଜାରୋଶଣୀ ସହ ଢୋଲ ବଜାଇ ଉତ୍ସବ ମନାଇବାକୁ ଲାଗିଲେ । କିନ୍ତୁ ଏହି ଭିତରେ କୋରବା ପାଲି ତାନାଖାର ଏବଂ ରାମପୁରର ଇଭିଏମ୍ ଖୋଲିବା ପରେ ସବୁ ଖେଳ ବିଗିଡିଯାଇଥିଲା । ଅପରାହ୍ନ ସମୟରେ ମାତ୍ର କିଛି ଭୋଟରୁ ପଛରେ ପଡି ଜ୍ୟୋତିନନ୍ଦ ଦୁବେଙ୍କୁ ପରାଜୟ କଲେ କଂଗ୍ରେସ ପ୍ରାର୍ଥୀ ଜ୍ୟୋସ୍ନା ମହନ୍ତ ।