ମହାନଦୀରେ ଭାସି ଆସିଲା ଛତିଶଗଡର ଝିଅ ସୋନି : ୧୨ ଘଂଟା ଧରି ଭାସିବା ପରେ ଉଦ୍ଧାର କଲେ ମତ୍ସ୍ୟଜୀବୀ

27

2କନକ ବ୍ୟୁରୋ : ଜଣେ ଯୁବତୀ ୧୨ ଘଣ୍ଟାରୁ ଅଧିକ ସମୟ ମହାନଦୀର ସୁଅରେ ଭାସିବା ପରେ ମଧ୍ୟ ସୁରକ୍ଷିତ । ତାଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚିକିତ ହୋଇ ଯାଇଛନ୍ତି । ଏକଥା ବିଶ୍ୱାସ ନହେଲେ ବି ସତ । ଏହି ୧୮ବର୍ଷର ଯୁବତୀଙ୍କ ନାଁ ସୋନି ଯାଦବ ।

ଛତିଶଗଡ଼ରୁ ଭାସି ଆସିବା ପରେ ଝାରସୁଗୁଡା ଲଖନପୁର ବ୍ଳକ କୁଶମେଲଠାରେ ଉଦ୍ଧାର କରାଯାଇଛି ସୋନି ଯାଦବଙ୍କୁ । ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚନ୍ଦ୍ରହାସିନୀରେ ହେଉଛି ସୋନିଙ୍କ ଘର । ଚନ୍ଦ୍ରହାସିନୀ ମନ୍ଦିରକୁ ଯିବା ବେଳେ ହାତ ଗୋଡ ଧୋଇବାକୁ ଯାଇଥିବା ବେଳେ ମହାନଦୀରେ ଭାସି ଯାଇଥିଲେ ସୋନି ।

ସେହି ମନ୍ଦିର ଠାରୁ କୁଶମେଲ ଗାଁର ଦୂରତା ୩୫-୪୦ କିଲୋମିଟର । ରାତି ସାରା ନଦୀରେ ଭାସିଥିଲା ସୋନି । ହେଲେ ଥିଲା ସୁରକ୍ଷିତ । ଏହି ଖବର ଗାଁ ଲୋକେ ଜାଣିବା ପରେ ଚକିତ ହୋଇଯାଇଛନ୍ତି । ସୋନି ଭଗବାନଙ୍କୁ ଖୁବ୍ ଧନ୍ୟବାଦ ଦେଇଛନ୍ତି । ଭଗବାନ ତାଙ୍କୁ ନୂଆ ଦ୍ୱିତୀୟ ଜୀବନ ଦେଇଛନ୍ତି ବୋଲି ସୋନି ଲୁହ ଛଳ ଛଳ ଆଖିରେ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –