କନକ ବ୍ୟୁରୋ : ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଥମିନଥିବା ବେଳେ ଏବେ ପୁଣି ଜମିକୁ ନେଇ ଆସିଛି ନୂଆ ବିବାଦ । ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତରେ ଛତିଶଗଡ଼ ସରକାର ବେଆଇନ ଭାବରେ ରେଳଧାରଣା ନିର୍ମାଣ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଆଉ ଲୋକଙ୍କ ଅଭିଯୋଗ ପରେ ଖୋଦ୍ ଜିଲ୍ଲାପାଳ ଝରିଗାଁ ଗଦମରା ପାହାଡ଼ର ଜମିକୁ ମାପଚୁପ କରାଇଛନ୍ତି । ଆଉ ଏହି ଘଟଣା ପୁଣି ଥରେ ଓଡ଼ିଶା ଓ ଛିତଶଗଡ଼ ବିବାଦକୁ ତିବ୍ର କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମହାନଦୀ ଜଳ ପରେ ଏବେ ସୀମାନ୍ତର ଜମି ଉପରେ ଛତିଶଗଡ଼ର ନଜର । ଓଡ଼ିଶାର ସୀମାନ୍ତ ଝାରସୁଗୁଡ଼ା ଜିଲ୍ଲାର କିଛି ପାହାଡ଼ି ଅଂଚଳକୁ ଛତିଶଗଡ଼ ସରକାର ମାଡ଼ି ବସିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଲଖନପୁର ତହସିଲ ଅଧିନରେ ଆସୁଥିବା ଝାରଗାଁର ଗଦମରା ପାହାଡ଼ା କାଟି ଏବେ ରେଳଧାରଣା ନିର୍ମାଣ କରୁଛନ୍ତି ଛତିଶଗଡ଼ ସରକାର । ବ୍ରହ୍ମା ବନ୍ଦୋବସ୍ତ ଅନୁସାରେ ଏହି ପାହାଡ଼ ଝାରଗାଁରେ ଅଧିନରେ ଆସୁଥିଲା, ହେଲେ ସଂପ୍ରସାରିତ ବନ୍ଦୋବସ୍ତରେ ଏହା କେମିତି ଛତିଶଗଡ଼କୁ ଚାଲିଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ ।
ଲୋକଙ୍କ ଏହି ଅଭିଯୋଗ ପାଇବା ପରେ ଖୋଦ୍ ଝାରସୁଗଡ଼ା ଜିଲ୍ଲାପାଳ ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିବା ସହ ସ୍ଥାନୀୟ ଆରଆଇଙ୍କୁ ମାପଚୁପ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ମାପଚୁପ ପରେ ଆରଆଇ ଏବଂ ରେଭିନ୍ୟୁ ସୁପରଭାଇଜର ଗଦମରା ପାହାଡ଼ ଛତିଶଗଡ଼ ଅଂଚଳରେ ଯାଉଥିବା କନକ ନ୍ୟୁଜକୁ ସୂଚନା ଦେଇଛନ୍ତି । ତେବେ ରିପୋର୍ଟ ଦେବା ପରେ ଜିଲ୍ଲାପାଳ ଯାହା ନିଷ୍ପତି ନେବେ ବୋଲି ସୂଚନା ଦେଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି- ନୂଆ ବନ୍ଦୋବସ୍ତରେ କେମିତି ବଦଳି ଗଲା ଜମିର ମାଲିକାନା ?
ଓଡ଼ିଶାରେ ଥିବା ପାହାଡ଼ ଛତିଶଗଡ଼ର ହାତକୁ ଗଲା କେମିତି ? ଆଉ ଏହି ଗଦମରା ପାହାଡ଼କୁ ନେଇ ବିବାଦ ଲାଗି ରହିଥିବା ବେଳେ କେମିତି ଲାରା ପ୍ରକଳ୍ପରେ ରେଳଧାରଣା ତିଆରି କରୁଛି ଛତିଶଗଡ଼ ?