ରମଣଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପେନିଂ ! କହିଲେ ମୁଖ୍ୟ ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ମହାନଦୀକୁ ଆଳ କରୁଛନ୍ତି ସରକାର

32

କନକ ବ୍ୟୁରୋ: ସୁନ୍ଦରଗଡ ଲାଠିକଟାର ଜଲଦାରେ ନିର୍ବାଚନ ପ୍ରଚାର କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ । କହିଛନ୍ତି ରାଜ୍ୟ ବିକାଶ କରିବା ପାଇଁ ନବୀନ ସରକାରଙ୍କର ଇଛା ଶକ୍ତିର ଅଭାବ ରହିଛି । ଯଦି ଛତିଶଗଡର ବିକାଶ ହୋଇପାରୁଛି, ତାହେଲେ ଓଡିଶାର କାହିଁକି ହୋଇପାରିବନି ।

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ରମଣ । ସେ କହିଛନ୍ତି ମୂଳ ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ରାଜ୍ୟ ସରକାର ଏଭଳି କରୁଛନ୍ତି । ଦାରିଦ୍ର୍ୟ ଓ ଅନଗ୍ରସର ପ୍ରସଙ୍ଗରୁ ଲକ୍ଷ୍ୟ ହଟାଇବା ପାଇଁ ପ୍ରୟାସ କରୁଛନ୍ତି ଓଡିଶା ସରକାର । ଏଥିପାଇଁ ଜାଣି ଶୁଣି ମହାନଦୀ ପ୍ରସଙ୍ଗ ଉଠାଉଛି ବିଜେଡି ସରକାର ।