କଲମା ବ୍ୟାରେଜ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ! କହିଲେ, ପାଣି ଭାଗବଂଟାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୌଣସି ବିବାଦ ନାହିଁ

35

କନକ ବ୍ୟୁରୋ: କଲମା ବ୍ୟାରେଜ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରମଣ କହିଛନ୍ତି ଯେ, ପାଣି ଭାଗବଂଟାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୌଣସି ବିବାଦ ନାହିଁ । କେଉଁ ରାଜ୍ୟକୁ କେତେ ପାଣି ଯୋଗାଇ ଦିଆଯିବ ତାହାର ନିଷ୍ପତି ସିଡବ୍ଲୁସି ନେବ ।

ତେବେ କଲମା ବ୍ୟାରେଜ ଜରିଆରେ ପୂର୍ବ ଅପେକ୍ଷା ଏବେ ଅଧିକ ପାଣି ଛଡାଯାଉଛି ବୋଲି ରମଣ ସିଂ କହିଛନ୍ତି । ସେପଟେ ଛତିଶଗଡରେ ନିର୍ମାଣ ହେଉଥିବା ବ୍ୟାରେଜ ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ସିଡବ୍ଲୁସି ଅନୁମତି ପରେ ହିଁ ଛତିଶଗଡ଼ରେ ସମସ୍ତ ବ୍ୟାରେଜ ନିର୍ମାଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ରମଣ ସିଂ କହିଛନ୍ତି ।