ପିଲାଙ୍କୁ ଖାଦ୍ୟରେ ମ୍ୟାଗି ନୁଡଲ୍ସ ଦେବା ପଡିଲା ମହଙ୍ଗା ! ଗୋଟିଏ ଘରୁ ୯ ଜଣ ପିଲା ଭର୍ତ୍ତି ହେଲେ ଡାକ୍ତରଖାନାରେ ।

102

ପିଲାଙ୍କ ଖାଦ୍ୟରେ ପ୍ରଥମ ପସନ୍ଦ ପାଲଟିଥିବା ମ୍ୟାଗି ନୁଡଲ୍ସ୍ ଧିରେ ଧିରେ ଚିନ୍ତାର କାରଣ ବଢାଉଛି । ମାତ୍ର ୨ ମିନିଟ୍ ପ୍ରସ୍ତୁତ ହେଉଥିବା ମ୍ୟାଗି ନୁଡଲ୍ସ ପିଲାଙ୍କୁ ଏତେ ମାତ୍ରାରେ କବଳିତ କରିଛି ଯେ ଘର ଲୋକ ମଧ୍ୟ ପିଲାଙ୍କ ଜିଦ୍ ଆଗରେ ନୁଡଲ୍ସ ପ୍ରସ୍ତୁତ କରି ଦେବାକୁ ପଛଝୁଞ୍ଚା ଦେଉନାହାନ୍ତି । ତେବେ ପରିବାରର ଏଭଳି ଅବହେଳାର କରୁଣ ପରିଣାମ ଯେ ପିଲାଙ୍କୁ ଶୁଝିବାକୁ ପଡିବ ତାହା ସେମାନେ ଭୁଲି ଯାଉଛନ୍ତି । ଏହି ନୁଡଲ୍ସ ଖାଇ ପିଲାଙ୍କ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି ।

ଏଭଳି ଏକ ଘଟଣା ଦେଖାଦେଇଛି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ । ଏଠାରେ ଗୋଟିଏ ପରିବାରର ୯ ଜଣ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ନୁଡଲ୍ସ ଖାଇବା ଯୋଗୁଁ ଖରାପ ହୋଇଛି । ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେବା ଯୋଗୁଁ ପିଲାମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ପିଲାଙ୍କର ଲଗାତାର ବାନ୍ତି ଏବଂ ଦେହ ମଧ୍ୟ ଖରାପ ହେବାକୁ ଲାଗିଥିଲା । ଡାକ୍ତରଙ୍କ ପରାମର୍ଶ ଏବଂ ଔଷଧ ଏବେ ପିଲାଙ୍କ ପାଇଁ ବଞ୍ଚିବାର ମାଧ୍ୟମ ହୋଇଛି ।