ରବିବାର ଛୁଟି ସାଂଗକୁ ଛାଡଖାଇର ମଜା : ଆମିଷ ଦୋକାନରେ ଲୋକଙ୍କ ନାହିଁ ନଥିବା ଭିଡ଼

77

କନକ ବ୍ୟୁରୋ : କାର୍ତ୍ତିକ ମାସ ପରେ ଆଜି ଥିଲା ଛାଡଖାଇ । ଆମିଷ ଖାଦ୍ୟଠାରୁ ଦୂରେଇ ରହିଥିବା ଲୋକେ ଆଜି ଦିନକୁ ବଡ଼ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ । ଆମିଷ ଦୋକାନରେ ଆଜି ନାହିଁ ନଥିବା ଭିଡ଼ । ଆଉ ଯୋଗକୁ ଛାଡଖାଇ ପଡିଥିଲା ରବିବାର । ଛୁଟି ଦିନ, ତା’ସହ ଆମିଷର ମଜା । ସକାଳୁ ସକାଳୁ ମାଛ ମାର୍କେଟରେ ଲାଗିଥିଲା ଲମ୍ବା ଲାଇନ । ମଟନ, ଚିକେନ ଓ ମାଛର ଚାହିଦାକୁ ମେଂଟାଇବା ଲାଗି ବ୍ୟବସାୟୀମାନେ ବି ସବୁପ୍ରକାର ପ୍ରସ୍ତୁତି କରି ରଖିଥିଲେ । ରାଜଧାନୀର ପ୍ରମୁଖ ମାଛ ବଜାର ୪ ନମ୍ବରରେ ଦେଖିବାକୁ ମିଳିଥିଲା ଭଳି ଭଳିକି ମାଛ । ଯାହା ସାଧାରଣତଃ ଅନ୍ୟ ଦିନଗୁଡିକରେ ଦେଖାଯାଏନାହିଁ । ମାଛର ଚାହିଦା ମେଂଟାଇବାକୁ ବିଭିନ୍ନ ସ୍ଥାନରୁ ମାଛ ମଗାଇ ସଜାଇ ରଖିଥିଲେ ବ୍ୟବସାୟୀ । ଦେଶୀ ରୋହି ଭାକୁର ସାଂଗକୁ ପାମ୍ଫଲେଟ ଓ ଭେକ୍ଟି ମାଛର ଚାହିଦା ରହିଥିଲା ବହୁ ଅଧିକ । ପୁଣି ବଜାରରେ ବିକ୍ରି ହେଉଥିଲା ଭଳିକି ଭଳି କଙ୍କଡା ।

ଆଜି ମାଛ ମାଂସର ଦର ମଧ୍ୟ ଅନ୍ୟ ଦିନ ଅପେକ୍ଷା ଚଢା ରହିଥିଲା । ହେଲେ ଛାଡଖାଇରେ ମାଛ ମାଂସ ଘରକୁ ନେବାକୁ ଲୋକଙ୍କ ଭିତରେ ଲାଗିଥିଲା ପ୍ରତିଯୋଗିତା ।