ଆଇପିଏଲର ପ୍ରଥମ କ୍ୱାଲିଫାୟାରରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ ସୁପରକିଙ୍ଗସ୍ : ରାଜଧାନୀରେ କ୍ରିକେଟ ପ୍ରେମୀଙ୍କ ପାଇଁ ଫ୍ୟାନ୍ ପାର୍କର ସୁବିଧା

27

କନକ ବ୍ୟୁରୋ : ଫଟାଫଟ କ୍ରିକେଟ ଆଇପିଏଲ ଚଳିତ ସିଜିନର ପ୍ଲେଅଫ ଟିମ୍ ଚୂଡାନ୍ତ ହୋଇଛି । ରବିବାର ଲିଗ ପର୍ଯ୍ୟାୟର ସବୁ ମ୍ୟାଚ ଶେଷ ହେବାପରେ ପଏଂଟ ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବା ହାଇଦ୍ରାବାଦ ଓ ଚେନ୍ନାଇ ମଧ୍ୟରେ ମଙ୍ଗଳବାର କ୍ୱାଲିଫାୟର ମ୍ୟାଚ ଖେଳାଯିବ । ଅନ୍ୟ ପକ୍ଷରେ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା କୋଲକାତା ଓ ରାଜସ୍ଥାନ ବୁଧବାର ଦିନ ଏଲିମିନେଟର ମ୍ୟାଚରେ ମୁହାଁମୁହିଁ ହେବେ ।

ଏଲିମିନେଟରରେ ପରିଜାତ ଦଳର ଅଭିଯାନ ସେହିଠାରେ ଶେଷ ହୋଇଯିବ । ହେଲେ ବିଜେତା ଦଳ ଦ୍ୱିତୀୟ କ୍ୱାଲିଫାୟରରେ ପ୍ରଥମ କ୍ୱାଲିଫାୟରରେ ପରାଜିତ ଦଳକୁ ଭେଟିବ । ଏହି ମ୍ୟାଚ ଶୁକ୍ରବାର କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ । ଏହି ମ୍ୟାଚର ବିଜେତା ଦଳ ପ୍ରଥମ କ୍ୱାଲିଫାୟାରର ବିଜେତା ସହ ରବିବାର ମେଗା ଫାଇନାଲରେ ଟାଇଟଲ ପାଇଁ ଲଢେଇ କରିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହେବ ଫାଇନାଲ ଫାଇଟ ।