କନେଷ୍ଟବଳଙ୍କୁ ଚଳନ୍ତା ବାଇକରୁ ପେଲିଦେଲେ ଇନସପେକ୍ଟର : ଅଳ୍ପକେ ବଂଚିଗଲେ କନେଷ୍ଟବଳ । ସିସିଟିଭିରେ ରେକର୍ଡ ହେଲା ଦୃଶ୍ୟ

ଭୁଲ୍ ରାସ୍ତାରେ ଯାଉଥିବା ଯୋଗୁଁ ବାଇକରୁ ପେଲିଦେଲେ ଟ୍ରାଫିକ ଇନସପେକ୍ଟର ।

433

ଅଳ୍ପକେ ବର୍ତ୍ତିଗଲେ କନେଷ୍ଟବଳ । ଭୁଲ୍ ରାସ୍ତାରେ ଯାଉଥିବା ଯୋଗୁଁ ବାଇକରୁ ପେଲିଦେଲେ ଟ୍ରାଫିକ ଇନସପେକ୍ଟର । ଫଳରେ ଏକ ମିନି ଭ୍ୟାନର ଚକ ତଳେ ଆସିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କନେଷ୍ଟବଳ । ଏହି ସବୁ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ଘଟଣାଟି ଘଟିଛି ତାମିଲନାଡୁ ରାଜଧାନୀ ଚେନ୍ନାଇରେ । ମିଳିଥିବା ସୂଚନା ଅନୁସାରେ କନେଷ୍ଟବଳ ଧର୍ମରାଜ ନିୟମ ଉଲ୍ଲଙ୍ଘନ କରି ଭୁଲ୍ ରାସ୍ତାରେ ଯାଉଥିଲେ । ଟ୍ରାଫିକ ସିଗନାଲ ବନ୍ଦ ରହିଥିବାବେଳେ ସେ ଜବରଦସ୍ତି ଟ୍ରାଫିକ ଆରପଟକୁ ଯାଇଥିଲେ । ଏହି ଘଟଣା ଯେତେେବେଳେ ଦାୟିତ୍ୱରେ ଥିବା ଟ୍ରାଫିକ ଇନସ୍ପେକ୍ଟରଙ୍କ ନଜରକୁ ଆସିଥିଲା ସେ ସଙ୍ଗେ ସଙ୍ଗେ ଦୌଡି ଯାଇ ଧର୍ମରାଜଙ୍କ ବାଇକଟିକୁ ଟାଣି ଧରିଥିଲେ । ଯାହାଫଳରେ ବାଇକ ଉପରେ ବସିଥିବା କନେଷ୍ଟବଳ ଧର୍ମରାଜ ତଳେ ପଡିଯାଇଥଲେ ଆଉ ତାଙ୍କ ମୁଣ୍ଡ ଉପରେ ଏକ ଭ୍ୟାନ ଆସି ଅଟକି ଯାଇଥିଲା । ଏଭଳି କ୍ଷେତ୍ରରେ ସେ ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିବା କୁହାଯାଉଛି । ଘଟଣା ପରେ କନଷ୍ଟେବଳ ଜଣକୁ ସସପେଣ୍ଡ କରିଦିଆଯାଇଥିବା ବେଳେ ଇନସ୍ପେକ୍ଟରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

ଅନ୍ୟପଟେ ଧର୍ମରାଜଙ୍କ ପତ୍ନୀ ଇନସ୍ପେକ୍ଟରଙ୍କ ଏଭଳି କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କ ନାଁରେ ଅଭିରାମପୁରମ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ଇନସ୍ପେକ୍ଟର ରାମଚନ୍ଦ୍ରନ ତାଙ୍କ ସ୍ୱାମୀଙ୍କୁ ହତ୍ୟା ଉଦ୍ୟମ କରିଥିବା ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ଏଥିସହ ସେ କହିଛନ୍ତି ଯେ ମା’ ଙ୍କ ମୃତ୍ୟୁ ହୋଇଥିବାରୁ ମା’ ଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ତାଙ୍କୁ ଛୁଟି ମିଳୁନଥିଲା । ସେଥିପାଇଁ ସେ ଚିନ୍ତାରେ ଥିଲେ । । ସେପଟେ କିନ୍ତୁ ପୁଲିସ କହିଛି ଭିନ୍ନ କଥା । କନଷ୍ଟେବଳ ଜଣକ ସବୁବେଳେ ନିଶାଦ୍ରବ୍ୟ ସେବନ କରିଥାନ୍ତି ଏବଂ ନୟମିତ ଅଫିସ ଆସିନଥାନ୍ତି । ଗତ ୨୧ ତାରିଖରେ ଚେନ୍ନାଇରେ ଘଟିଥିବା ଏହି ପୁରା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।