ଦିଲ୍ଲୀକୁ ୧୩ ରନରେ ହରାଇଲା ଚେନ୍ନାଇ : ଷଷ୍ଠ ବିଜୟ ସହ ପଏଂଟ ଟେବୁଲର ଶୀର୍ଷରେ ଚେନ୍ନାଇ ସୁପର କିଙ୍ଗସ

53

କନକ ବ୍ୟୁରୋ : ଦିଲ୍ଲୀକୁ ହରାଇଲା ଚେନ୍ନାଇ । ଆଇପିଏଲ ୧୧ର ୩୦ ତମ ମ୍ୟାଚରେ ଦିଲ୍ଲୀ ଡେୟାର ଡେଭିଲସକୁ ୧୩ ରନରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୱାଟସନ ଓ ଧୋନୀଙ୍କ ଅର୍ଦ୍ଧଶତକ ବଳରେ ୪ ୱିକେଟ ହରାଇ ୨୧୧ ରନ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ ୨୦ ଓଭରରେ ୫ ୱିକେଟ ହରାଇ ୧୯୮ ରନ କରିବାକୁ ସକ୍ଷମ ହୋଇଥିଲା । ଷଷ୍ଠ ବିଜୟ ସହ ଚେନ୍ନାଇ ପଏଂଟ ତାଲିକାର ଶୀର୍ଷରେ ପହଂଚିଥିବା ବେଳେ ଷଷ୍ଠ ପରାଜୟ ସହ ପ୍ଲେ ଅଫ ଦୌଡରୁ ବାଦ ପଡିଛି ଦିଲ୍ଲୀ ।

ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଂଗସ ରହିଛି ଆଇପିଏଲ ପଏଂଟ ଟେବଲର ଟପରେ । ତେବେ ନିଜ ପ୍ରଦର୍ଶନକୁ ନେଇ ଦଳ ଯେତିକି ଚର୍ଚ୍ଚାରେ । ସେତିକି ମାହି ଓ ତାଙ୍କ ଝିଅ ଜିଭାକୁ ନେଇ । ତିନିବର୍ଷର ଝିଅ ଜିଭା ସହ ମାହି ସେୟାର କରୁଥିବା କ୍ୱାଲିଟି ଟାଇମ୍ ଏବେ ଇଂଟରନେଟ ସେନସେସନ ।