ଧୋନୀଙ୍କ ବିନା ବ୍ୟାଟିଂରେ ଫେଲ୍ ମାରିଲା ଚେନ୍ନାଇ ! ୧୩୨ ରନରେ ସୀମିତ ରହିଲା ଦଳୀୟ ସ୍କୋର ।

99

କନକ ବ୍ୟୁରୋ : ଦୀର୍ଘ ଦିନ ପରେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ବିନା ପଡିଆକୁ ଓହ୍ଲାଇଛି ଚେନ୍ନାଇ ସୁପରକିଙ୍ଗସ । ଏବଂ ଧୋନୀଙ୍କ ଅନୁପସ୍ଥିତିରେ ବ୍ୟାଟିଂରେ ଫେଲ୍ ମାରିଛି ଦଳ । ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପରକିଙ୍ଗସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ । ଚେନ୍ନାଇ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ତେବେ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୩୨ ରନ୍ ସଂଗ୍ରହ କରିଛି ଚେନ୍ନାଇ ସୁପରକିଙ୍ଗସ ।

ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ସେନ୍ ୱାଟସନ୍ ଏବଂ ଫାଫ୍ ଡୁପ୍ଲେସିସ ଭଲ ଆରମ୍ଭ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ହାଇଦ୍ରାବାଦ ବୋଲିଂ ବାହିନୀ ଆଗରେ ଫେଲ୍ ମାରିଛି ଚେନ୍ନାଇ । ପ୍ରଥମ ଓ୍ଵିକେଟରେ ଦଳ ୭୯ ରନ ସଂଗ୍ରହ କରିଥିଲା । ଓପନର ସେନ ଓ୍ଵାଟସନ ୩୧ରନ ଓ ଫାପ ଡୁପ୍ଲେସିସ ୪୫ ରନ ସଂଗ୍ରହ କରିଥିଲେ । କିନ୍ତୁ ଓପନିଂ ଯୋଡ଼ି ଭାଙ୍ଗିବା ପରେ ଦଳର ନିୟମିତ ବ୍ୟବଧାନରେ ଓ୍ଵିକେଟ ହରାଇଥିଲା ଦଳ । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୩୨ ରନ ସଂଗ୍ରହ କରିଛି ଦଳ । ୱାଟସନ୍ ୩୧ ରନ, ଡୁପ୍ଲେସିସ ୪୫ ଏବଂ ରାଇଡୁ ୨୫ ରନ କରିଛନ୍ତି । ସେପଟେ ହାଇଦ୍ରାବାଦ ପକ୍ଷରୁ ରାସିଦ ଖାନ ୨ଟି ୱିକେଟ୍ ଅକ୍ତିଆର କରିଛନ୍ତି ।